Masthead

ଘରକୁ ଘର ବୁଲି ଝିଅଙ୍କୁ ଉଠାଇ ନେଉଛନ୍ତି ତାଲିବାନ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିବା ପରେ ଲଗାତାର ଭାବେ ମହିଳାଙ୍କୁ ଅତ୍ୟାଚାରର ଖବର ଆସୁଛି। ସରକାରୀ ମହିଳା କର୍ମଚାରୀଙ୍କୁ ଆତଙ୍କବାଦୀ ସଂଗଠନ ତାଳିବାନର ଧମକ । ଅଫିସ ନଯାଇ ଘରେ ରୁହ ବୋଲି ଧମକ ଦେଇଥିଲେ । ତାଲିବାନର ଅତ୍ୟାଚାର ସୀମା ଟପିଲାଣି।

ସବୁଠୁ ବେଶି ବିପଦରେ ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତି ଅଛନ୍ତି। ଆଫଗାନିସ୍ତାନ ଛାଡ଼ିଥିବା ଆମେରିକାର ମହିଳା ସାମ୍ବାଦିକ ହୋଲି ମ୍ୟାକେ ଆଫଗାନିସ୍ତାନରେ ମହିଳାମାନେ ସମ୍ମୁଖୀନ ହେଉଥିବା ବର୍ବରତାକୁ ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ତାଲିବାନ ଆତଙ୍କବାଦୀ ଏବେ ଆଫଗାନିସ୍ତାନରେ ଘରକୁ ଘର ବୁଲି ୧୫ ବର୍ଷରୁ ଊର୍ଦ୍ଧ୍ବ ବାଳିକା ଓ ମହିଳାଙ୍କୁ ବିବାହ ପାଇଁ ଉଠାଇ ଆଣୁଛନ୍ତି। ଆତଙ୍କବାଦୀମାନେ ସେମାନଙ୍କୁ ଦୁଷ୍କର୍ମ କରିବା ସହ ବଳପୂର୍ବକ ବିବାହ କରୁଛନ୍ତି ବୋଲି ହୋଲି କହିଛନ୍ତି। ଆଫଗାନିସ୍ତାନରେ ମହିଳାମାନେ ନିଜ ଅଧିକାର ପାଇଁ ବହୁତ କଷ୍ଟରେ ଲଢ଼ୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’