Masthead

ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ

ପୁରୀ (ବଡ଼ ଖବର ବ୍ୟୁରୋ): ସରିଲା ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ସାଆନ୍ତେ । ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଅପେକ୍ଷରେ ତିନି ରଥ । ଆଜି ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ଶ୍ରୀଜଗନ୍ନାଥ ମହାପ୍ରଭୁ ବଡ଼ଭାଇ , ଭଉଣୀ ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଙ୍ଗରେ ନେଇ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରିବାର ପର୍ବ । ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶୁକ୍ରବାର ରାତିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ଚାଲିଛି।

ବାହୁଡ଼ାରେ ପ୍ରାତଃ ୪ଟାରେ ମଙ୍ଗଳା ଆଳତି ବଢ଼ିବା ପରେ ସୂର୍ୟ୍ୟପୂଜା ସରିଛି। ଦ୍ୱାରପାଳ ପୂଜା ଓ ବେଶଶେଷ ସହ ଗୋପାଳବଲ୍ଲଭ ବଢ଼ି ଓ ସକାଳ ଧୂପରେ ପୂଜାପଣ୍ଡା ସାଆନ୍ତେ ଠାକୁରମାନଙ୍କୁ ଖେଚୁଡି ଭୋଗ ଅର୍ପଣ ସରିଛି । ମୁଦିରସ୍ତ ସେବକମାନେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ବଢାଇବା ପରେ ଠାକୁରମାନଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ଘଣ୍ଟ ଓ ପଖଉଜର ପାରମ୍ପରିକ ବାଦ୍ୟର ତାଳେ ତାଳେ ଠାକୁରମାନେ ଧାଡି ପହଣ୍ଡିରେ ଆସି ରଥ ଉପରେ ବିଜେ ହେବେ । ୧୨ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟା ସୁଦ୍ଧା ସରିବ ପହଣ୍ଡି ।

ସାଢ଼େ ୩ଟା ସୁଦ୍ଧା ଗଜପତି ମହାରାଜ ରଥମାନଙ୍କରେ ଛେରା ପହଁରା କରିବେ । ଏହାପରେ ଚାରମାଳ ଫିଟାଯାଇ ଘୋଡା ଲାଗିବ । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ସେପଟେ ମାଉସୀ ମାଆଙ୍କ ମନ୍ଦିର ନିକଟରେ ରଥ ପହଞ୍ଚିଲା ପରେ ଠାକୁରେ ମାଆ ଅର୍ଦ୍ଧାଶିନୀଙ୍କ ଠାରୁ ପୋଡ଼ପିଠା ଗ୍ରହଣ କରିବେ । ବିଜେ ପଥରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଠାକୁରଙ୍କୁ ପନ୍ତି ଭୋଗ ଅର୍ପଣ କରାଯିବ ।

ନନ୍ଦିଘୋଷ ଶ୍ରୀନହର ସମ୍ମୁଖରେ ପହଞ୍ଚିଲେ ନାରାୟଣଙ୍କ ସହିତ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଭେଟ ହେବ । ପାଲିଙ୍କିରେ ବିଜେ ହୋଇ ଠାକୁରାଣୀ ସେବକମାନଙ୍କ ଗହଣରେ ଆସି ପତିଦେବଙ୍କ ନନ୍ଦିଘୋଷ ରଥ ନିକଟରେ ବିଜେ ହେବେ । ଠାକୁରଙ୍କୁ ପୂଜା, ଆଳତୀ ଓ ବନ୍ଦାପନା କରାଯାଇ ଦହିପଟି ମଣୋହି କରାଯିବ । ପାଲିଙ୍କିରେ ଠାକୁରାଣୀ ନନ୍ଦିଘୋଷ ରଥକୁ ପରିକ୍ରମା କରିବେ । ରଥଗୁଡିକ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ପହଞ୍ଚିବାପରେ ରଥରେ ଅନ୍ୟାନ୍ୟ ନୀତି ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ