Masthead

ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆପ୍‌ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ବାଜଙ୍କ ଘରେ ରେଡ୍ ।  ହସ୍ପିଟାଲ ନିର୍ମାଣରେ ଦୁର୍ନୀତି ଅଭିଯୋଗରେ ଇଡିର ବଡ଼ ଧରଣର ରେଡ୍‌ ।  ସୌରଭ ଭରଦ୍ବାଜଙ୍କ ଘର ସମେତ ୧୩ଟି ସ୍ଥାନରେ ଇଡିର ଚଢ଼ାଉ ।  ତାଙ୍କ ଉପରେ ଦୁର୍ନୀତି କରିଥିବାର ଅଭିଯୋଗ ଆସିଛି ।  ହସ୍ପିଟାଲ‌ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଖବର ମିଳିବା ପରେ ଆଜି ଇଡି ତାଙ୍କ ଘରେ ଚଢ଼ଉ କରିଥିବା ସାମ୍ନାକୁ ଆସିଛି । ଇଡି ଟିମ୍ ସୌରଭ ଭରଦ୍ୱାଜଙ୍କ ସହ ଜଡିତ ୧୩ଟି ସ୍ଥାନରେ ଚଢାଉ କରିଥିବା ଜଣାଯାଇଛି ।

  ହସ୍ପିଟାଲ ନିର୍ମାଣ ଦୁର୍ନୀତି ପ୍ରାୟ ୫୫୯୦ କୋଟି ଟଙ୍କାର। ୨୦୧୮-୧୯ ବର୍ଷରେ, ଦିଲ୍ଲୀ ସରକାର ୨୪ଟି ହସ୍ପିଟାଲ ନିର୍ମାଣ ପାଇଁ ୫୫୯୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ ।  ଆଇସିୟୁ ହସ୍ପିଟାଲ ୬ ମାସରେ ନିର୍ମାଣ ହେବାର ଥିଲା, କିନ୍ତୁ ୩ ବର୍ଷ ପରେ ମଧ୍ୟ କାମ ଅସମ୍ପୂର୍ଣ୍ଣ ରହିଲା ।  ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅନେକରେ ଗୁରୁତର ଅନିୟମିତତାର ଅଭିଯୋଗ ଆସିଛି । ୮ ୦୦ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ, କେବଳ ୫୦% କାମ ସମାପ୍ତ ହୋଇଥିଲା। ଏଲଏନଜେପି ହସ୍ପିଟାଲର ଖର୍ଚ୍ଚ ୪୮୮ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୧୩୫ କୋଟି ଟଙ୍କା ହୋଇଥିଲା ।  ଏହା ସତ୍ତ୍ବେ କାମ ମଧ୍ୟ ମନ୍ଥର ଗତିରେ ଆଗେଇଥିଲା। ଅନେକ ସ୍ଥାନରେ ଅନୁମୋଦନ ବିନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏଥିରେ ଠିକାଦାରଙ୍କ ଭୂମିକା ସନ୍ଦେହଜନକ ବୋଲି ଜଣାପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ