Before Header

ଦିଗପହଣ୍ଡି ରାଜନୀତିରେ ବଡ଼ ଟ୍ୱିଷ୍ଟ, ବାଜି ମାରିଲେ ବିପିନ ପ୍ରଧାନଙ୍କ ଗୋଷ୍ଠୀ

0 51

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଦିଗପହଣ୍ଡି ରାଜନୀତିରେ ବଡ଼ ଟ୍ୱିଷ୍ଟ ।  ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନରେ ହାରିଗଲେ ସୂର୍ଯ୍ୟ ପାତ୍ରଙ୍କ ପୁଅ ଗୋଷ୍ଠୀ । ଜିତିଲେ ବିଜେଡିରୁ ବିଦା ହୋଇଥିବା ବିପିନଙ୍କ ସମର୍ଥକ । ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ । ଯାହାକୁ ନେଇ ବିପିନ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ବିପିନ ପ୍ରଧାନ ଗୋଷ୍ଠୀର ସମର୍ଥକ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ନାମାଙ୍କନ ଦାଖଲ ପାଇଁ ବିପ୍ଳବ ପାତ୍ର ଗୋଷ୍ଠୀ ଆସିଲେନି । ତେଣୁ ଯମୁନା ନାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ଗତ ମାସ ୩୦ରେ ହେବାକୁ ଥିବା ନିର୍ବାଚନ ଶେଷ ମୁର୍ହୂତ୍ତ ରେ ହୋଇଥିଲା ବାତିଲ। ଅପ୍ରୀତିକର ପରିସ୍ଥିତିକୁ ନେଇ ହୋଇଥିଲା ନିର୍ବାଚନ ବାତିଲ।

Leave A Reply

Your email address will not be published.