Masthead

ଗିରଫଦାରୀ ପାଇଁ ନିର୍ଦ୍ଦେଶ ଅପେକ୍ଷା: ଡିଏସପି

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାର ଖୋଳତାଡ ଜାରି ରଖିଛି କ୍ରଇମବ୍ରାଞ୍ଚ। ଦୀର୍ଘ ୧୨ ଦିନ ହେଲା ବଲାଙ୍ଗୀରରେ ଡେରା ପକାଇ ଜାଲି ସାର୍ଟିଫିକେଟ ଘଟଣାର ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ବହୁ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର। ଏବେ ସୁଦ୍ଧା ଏହି ଘଟଣାରେ ୧୯ ଜଣକୁ ଗିରଫ କରାଯାଇଛି। ହେଲେ ଉପରୁ ନିର୍ଦ୍ଦେଶ ଆସିଲେ ଗିରଫଦାରୀ ସଂଖ୍ୟା ବଢିବ ବୋଲି ସେ କହିଛନ୍ତି। ଏଥିସହ ସିବି ସ୍କାନରରେ ଥିବା ୨ ଶହ ଜଣଙ୍କୁ ମଧ୍ୟ ଜେରା କରାଯିବ।

ହେଲେ ଏଯାଏ କେତେଜଣଙ୍କୁ ଡ଼ାକି ଜେରା କରାଯାଇଛି ସେନେଇ ମୁଁହ ଖୋଲି ନାହାନ୍ତି କ୍ରାଇମବ୍ରାଞ୍ଚ ଡିଏସପି। ସେ କହିଛନ୍ତି କେବଳ ଡାକ ବିଭାଗରେ ଜାଲି ସାର୍ଟିଫିକେଟ କେଳେଙ୍କାରୀ ନେଇ ତତନ୍ତ ଚାଲିଛି। ତେବେ ଜାଲି ସାର୍ଟିଫିକେଟରେ ଶିକ୍ଷକ ନିଯୁକ୍ତି ମାମଲା ନେଇ ସ୍ଥାନୀୟ ଥାନା ତଦନ୍ତ କରିବ ବୋଲି ସେ କହିଛନ୍ତି। ପୂର୍ବରୁ ଜାଲି ସାର୍ଟିଫିକେଟ ମାମଲାରେ ମାଷ୍ଟର ମାଇଣ୍ଡ ସହ ୧୯ ଜଣ ଗିରଫ ହୋଇଛନ୍ତି। ଏଯାଏ ଗିରଫ ସଂଖ୍ୟା ବୃଦ୍ଧି ପାଇ ନାହିଁ । ହେଲେ ଜେରା ପାଇଁ ଆଣିଥିବା ୭ ଜଣକୁ ଛାଡି ଦେଇଛି କ୍ରାଇମବ୍ରାଞ୍ଚ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା