Masthead

ସରକାର କରୁଛନ୍ତି ବେନିୟମ ନିର୍ମାଣ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ପୌରପାଳିକା ଦ୍ୱାରା ଚାଲିଛି ବେଡ଼ଧଡ଼କ ନିର୍ମାଣ କାମ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା, ବଡ଼ବିଲ ବନାଞ୍ଚଳ ଅଧିନସ୍ଥ ଠାକୁରାଣୀ ଯୋଡ଼ା ସଂରକ୍ଷିତ ଜଙ୍ଗଲରେ । ପୌରପାଳିକାର ୧ ନମ୍ବର ୱାର୍ଡରେ ଗୋଟିଏ ପରେ ଗୋଟିଏ ବେଆଇନ ନିର୍ମାଣ ଚାଲିଛି । ପୂର୍ବରୁ ସଂରକ୍ଷିତ ସାଗୁଆନ ଜଙ୍ଗଲରେ ୧୧ ଲକ୍ଷରୁ ଅଧିକ ଟଙ୍କା ବିନିମୟରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିବାବେଳେ ଏବେ ୫ ଲକ୍ଷ ୬୭ ହଜାର ଟଙ୍କା ବିନିଯୋଗରେ ଏମ.ଏ.ସି ( ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ) ନିର୍ମାଣାଧୀନ ରହିଛି ।

ଯେତେବେଳେ ଜଣେ ସାଧାରଣ ଭୂମିହୀନ ଲୋକଟିଏ ସରକାରୀ ଜାଗାରେ ଘର ଖଣ୍ଡେ ତିଆରି କରିବାକୁ ଚେଷ୍ଟା କରେ ତାହା ବେଆଇନ ବୋଲି କହି ନଗର , ରାଜସ୍ବ ଏବଂ ଜଙ୍ଗଲ ବିଭାଗର ଅଧିକାରୀମାନେ ଭାଙ୍ଗିଦେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଥାନ୍ତି । ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଥାଏ । ହେଲେ ଏଠି ଖୋଦ ଯୋଡ଼ା ପୌର ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଗୋଟିଏ ପରେ ଗୋଟିଏ ଅନୈତିକ ଭାବେ ନିର୍ମାଣ କାର୍ଯ୍ୟ କରାଯାଉଥିଲେ ସୁଦ୍ଧା ରାଜସ୍ବ ଓ ଜଙ୍ଗଲ ବିଭାଗ ଆଖିବୁଜି ଦେଇଥିବା ମନେହେଉଛି ।

ବାରମ୍ବାର ଅଭିଯୋଗ ପରେ ଜଙ୍ଗଲ ବିଭାଗ, କେବଳ ନିର୍ମାଣାଧୀନ ଏମ.ଏ.ସି ଗୃହର କାର୍ଯ୍ୟ ବନ୍ଦ କରି ଚୁପ ବସିଯାଇଛି । ନିର୍ମାଣାଧୀ ସ୍ଥାନଟି ପୌରପାଳିକା ନିଜସ୍ୱ ଜମି ହୋଇ ନଥିବାବେଳେ, ଜଙ୍ଗଲ କିସମ ଜମିରେ ନିର୍ମାଣ କାର୍ଯ୍ୟ କିପରି କରାଗଲା ? ଏଥିପାଇଁ ବନବିଭାଗର ଅନୁମତି ନିଆଯାଇଛି କି? ବନ ବିଭାଗର ବିନା ଅନୁମତିରେ ଏକାଧିକ ମୂଲ୍ୟବାନ ଶାଗୁଆନ ଗଛ କଟାଯାଇ ସେହି ସ୍ଥାନରେ ଗୃହ ନିର୍ମାଣ କାର୍ଯ୍ୟ କରାଯାଉଥିଲେ ବି ବନବିଭାଗ ନିରବଦ୍ରଷ୍ଟା ସାଜିଛି କାହିଁକି ? ତେବେ ସମ୍ପୃକ୍ତ ପୌର ଅଧିକାରୀ ଓ ବନବିଭାଗ ବିରୁଦ୍ଧରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟIନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ