Masthead

କିଏ ଜିତିବ ବାଲେଶ୍ୱର ଫାଇଟ୍

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଆଗାମୀ ୩ ବର୍ଷ ପାଇଁ ନିର୍ବାଚନ ଫଳାଫଳ ନିର୍ଦ୍ଧାରଣ କରିବ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଭାଗ୍ୟ । ଫଳାଫଳ ୧୦ରେ ଆସିବାକୁ ଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀମାନେ କର୍ମୀ ଓ ସମର୍ଥକମାନଙ୍କ ଦ୍ଵାରା ଆକଳନ କରିବା ଆରମ୍ଭ କରିଦେଇଛନ୍ତି । ମଦନମୋହନ ଦତ୍ତ ବିଧାୟକ ହେବାର ମାତ୍ର ବର୍ଷେ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ବାପାଙ୍କ ପ୍ରତି ଥିବା ସମର୍ଥନ ପୁଅ ମାନସ ଦତ୍ତଙ୍କୁ ମିଳିବ ବୋଲି ଆଶାବାନ୍ଧିଛି ବିଜେପି । ୧୫ ରୁ ୨୦ ହଜାର ଭୋଟରେ ଆଗରେ ବିଜେପି ପ୍ରାର୍ଥୀ ରହିବେ ବୋଲି ଦଳର ନେତା ଓ କର୍ମୀମାନେ କହିବୁଲୁଛନ୍ତି ।

ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଜିତିବେ ବୋଲି ସେ ଜୋରଦାର ଦାବି କରୁଛନ୍ତି । ଶାସକ ବିଜେଡି ଦଳ ପାଇଁ ଏଥର ନିର୍ବାଚନ ଏକପ୍ରକାରେ ସମ୍ମାନର ବିଷୟ ହୋଇଛି । ବିଜେପି ଠାରୁ ୮ ରୁ ୧୦ ହଜାର ଭୋଟ ଆଗରେ ବିଜେଡି ରହିବ ବୋଲି ଦଳର ତୁଙ୍ଗ ନେତାମାନେ ଆଶା ରଖିଛନ୍ତି । ଦୁଇଦିନ ତଳେ ଦଳରୁ ନିଲମ୍ବିତ ଓ ପରେ ବିଜେଡି ଛାଡିଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ଭୂମିକା ମଧ୍ୟ ଚଳିତ ଉପ ନିର୍ବାଚନରେ ବେଶ ଗୁରୁତ୍ୱପୂର୍ଣ ଥିବା କୁହାଯାଉଛି । ବିଜେଡିକୁ ନୁହେଁ ବରଂ ବିଜେପିକୁ ଭୋଟ ଦେବା ପାଇଁ ଜୀବନ ନିଜ ସମର୍ଥକମାନଙ୍କୁ କହୁଥିବା ଅଡିଓ ଭାଇରାଲ ହେବା ପରେ ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି।

ଜୀବବ ପ୍ରଦୀପଙ୍କ ଦଳ ଛାଡିବା ନିର୍ବାଚନ ଫଳାଫଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ପକ୍ଷରୁ ସଫେଇ ଦିଆଯାଇଛି । ନିର୍ବାଚନ ଫଳାଫଳକୁ ନଜର ରଖିଛନ୍ତି ଉଭୟ ଦଳ। କାରଣ ଜୀବନ ପ୍ରଦୀପଙ୍କ ସମର୍ଥନ ଯଦି ମାନସ ସହିତ ରୁହେ ତାହାଲେ ପଞ୍ଚାୟତ ଭୋଟଗୁଡିକ ବିଜେପି ଖାତାକୁ ଆସିପାରେ ବୋଲି ଆକଳନ କରାଯାଉଛି ।

ଅନ୍ୟପଟେ ଚଳିତ ଥର ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

ତେବେ ସେ ମଧ୍ୟ ଜାତୀୟ ଓ ପ୍ରାଦେଶିକ ଦଳର ଭୋଟ ଏପଟସେପଟ କରିଦେଇ ପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା