କରୋନା କଟକଣାକୁ ଫୁ’

ଜଗତସିଂହପୁର, (ବଡ଼ ଖବର ବ୍ୟୁରୋ): କରୋନା କଟକଣା ଲାଗି ସାରା ରାଜ୍ୟରେ ସ୍କୁଲ, କଲେଜ ଓ ଟ୍ୟୁଟୋରିଆଲ ବନ୍ଦ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । କୋଭିଡ୍ କଟକଣାକୁ ଖୁଲମଖୁଲା ଉଲ୍ଲଙ୍ଘନ କରାଯାଉଛି । ଜଗତସିଂହପୁର ସହରରେ ଥିବା ଅଧିକାଂଶ ଟ୍ୟୁଟୋରିଆଲ ଖୋଲା ରହୁଛି ।

ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟବାଧକତାରେ ମେସରେ ରଖି ମଧ୍ୟ କ୍ଲାସ କରାଯାଉଛି । ଜିଲ୍ଲାରେ ଛତୁ ଫୁଟିଲା ଭଳି ଟ୍ୟୁଟୋରିଆଲ ଖୋଲିଛି । ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦିତା କରିବା ସହିତ ବ୍ୟବସାୟିକ ସଫଳତା ପାଇବା ପାଇଁ ବେଆଇନ ଭାବେ ଟ୍ୟୁଟୋରିଆଲ ଚଳାଉଛନ୍ତି ମାଲିକମାନେ ।

ଛାତ୍ରଛାତ୍ରୀମାନେ ବିନା ମାସ୍କରେ ଟ୍ୟୁଟୋରିଆଲଗୁଡିକୁ ଯାଉଥିବା ଦେଖାଯାଉଛି । ସମାଜିକ ଦୂରତା କଥା ନ କହିବା ଭଲ । ଜିଲ୍ଲା ପ୍ରଶାସନ ଏଦିଗରେ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ