Masthead

ଆମ୍ବତୋଟା ସାଜିଛି ବାସ ଗୃହ

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ଏବେ ରାଜ୍ୟରେ ଶୀତର ଲହରୀ । ହାଡ଼ ଭଙ୍ଗା ଶୀତରୁ ରକ୍ଷା ପାଇଁ ଲୋକେ କୋଠାଘରେ ରହୁଥିବା ବେଳେ ଆମ୍ବ ତୋଟାରେ ନିଜ ପରିବାର ସହ ମୁଣ୍ତ ଗୁଞ୍ଜିଛନ୍ତି ସୁରେନ୍ଦ୍ର ରାଉତଙ୍କ ପରିବାର । ବରଗଡ଼ ଥାନା ସଁୟା ଗ୍ରାମର ଦୃଶ୍ୟ । ଗ୍ରାମର ବାସିନ୍ଦା ହୋଇ ଥିଲେ ମଧ୍ୟ ରହିବା ପାଇଁ ଘର ଖଣ୍ଡିଏ ନାହିଁ । ଦୁଇ ପୁଅ, ଝିଅ, ମା, ସ୍ତ୍ରୀ, ନାତି, ନାତୁଣୀଙ୍କୁ ନେଇ ୧୬ ପରିବାର । ସର୍ବ ମଙ୍ଗଳା ପୂଜା ବୁଲି ବୁଲି ଦେଖେଇବା ହେଉଛି ତାଙ୍କର ପେଷା । ପୁଅମାନେ ମହାଦେବ ଥାଳ ଧରି ବୁଲିବୁଲି ରୋଜଗାର କରନ୍ତି ।

ଲକଡାଉନ ପୂର୍ବରୁ ପଦ୍ମପୁର ଅଞ୍ଚଳକୁ ଆସି ଫସି ରହିଛନ୍ତିା ପଦ୍ମପୁର ଠାରୁ ୧୩ କିମି ଦୂର ଧୂମାଭଟା ଛକ ଆମ୍ବ ତୋଟା ପଡିଆରେ । ଆମ୍ବ ଗଛମୂଳ ହେଉଛି ସେମାନଙ୍କର ବାସଗୃହ । ସୁରେନ୍ଦ୍ରଙ୍କ ଗୋଡ ଭାଙ୍ଗି ଯିବାରୁ ସେ ଆଶାବାଡି ସାହାର୍ଯ୍ୟରେ ଚଲାବୁଲା କରୁଛନ୍ତି । ସ୍ତ୍ରୀ ସାପ୍ତାହରେ ଗୋଟିଏ ଥର ଗାଁରୁ ଭିକ୍ଷା ମାଗି ଆଣନ୍ତି । ପୁଅମାନେ ଦିନ ମଜୁରିଆ କାମ କରନ୍ତି । କାକରରୁ ବଞ୍ଚିବା ପାଇଁ ପୁରୁଣା ଲୁଗାକୁ ଚାରିପାଖ ଆବଦ୍ଧ କରି ରାତି କାଟୁଛନ୍ତି । ଉପଜିଲ୍ଲାପାଳ ପଦ୍ମପୁର, ବିଡିଓ, ସ୍ଥାନୀୟ ସରପଞ୍ଚମାନେ ପରିବାରକୁ ସାକ୍ଷାତ କରିଥିବାର କହିଛନ୍ତି । ଏବେ ସୟାଁ ଗ୍ରାମକୁ ଫେରିଯିବା ପାଇଁ କହିଛନ୍ତି ସୁରେନ୍ଦ୍ର । ସେଠାରେ ନିଜର ଜାଗା ନ ଥିବାରୁ ଫେରି ଯାଇ ସେଠାରେ କିପରି ବଞ୍ଚିବେ ଚିନ୍ତାରେ ସୁରେନ୍ଦ୍ରଙ୍କ ପରିବାର । ସରକାରଙ୍କର ଆବାଶ ଯୋଜନା ପାଇଁ ଦାବି କରିଛନ୍ତି ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ