Masthead

ମେଡିକାଲରେ ଅବ୍ୟବସ୍ଥା

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଥିବା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ବାରକୋଟ ମୁଖ୍ୟ ଚିକିତ୍ସାଳୟରେ ବର୍ଷା ଦିନେ ଲାଇନ ଚାଲିଯିବାରୁ ସମ୍ପୂର୍ଣ ମେଡିକାଲ ଅନ୍ଧକାର ହେଇଯାଉଛି । ବାରକୋଟ ବ୍ଲକର ଏହି ମେଡିକାଲ ଉପରେ ୨୪ ଟି ପଂଚାୟତର ଲୋକ ନିର୍ଭର କରିଥାନ୍ତି । ହେଲେ ମେଡିକାଲରେ ଥରେ କରେଣ୍ଟ ଚାଲିଗଲେ ତାର କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି ।

ଲୋକ ମେଡିକାଲରେ ଲାଇନ ନଥିବା ବେଳେ ତାଙ୍କୁ ଡାକ୍ତର ମେଡିକାଲରେ ଆଡମିଟ ହେବାର ପରାମର୍ଶ ଦେବା ସତ୍ୱେ ଲୋକ ବାରକୋଟ ମେଡିକାଲ ଛାଡ଼ି ଘରକୁ ପଳାଉଛନ୍ତି । ବାରକୋଟ ମେଡିକାଲରେ ଏଭଳି ବିକଳ ଚିତ୍ର ସାମ୍ନା କୁ ଆସିଛି । ରୋଗୀଙ୍କ ସମ୍ପର୍କୀୟ ରୋଗୀଙ୍କୁ ମେଡିକାଲରୁ ନେଇଯାଉଥିବା ଦେଖି ବାରକୋଟ ଅଂଚଳରେ ଏହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ସ୍ଥାନୀୟ ଲୋକ ଏହି ଘଟଣାକୁ ତୀବ୍ର ବିରୋଧ କରିବା ସହ ମେଡିକାଲ ସମ୍ମୁଖରେ ହୋ ହାଲ୍ଲା କରୁଥିବାର ଦେଖିବାକୁ ମିଳିଥିଲା । ଆଗକୁ ଏହି ସମସ୍ୟାର ସମାଧାନ ନହେଲେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ