Masthead

ନବ ଦାସଙ୍କ ଘରେ ଆଇଟି ରେଡ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍। ଦେଶର ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ। ଆଜି ସକାଳ ୫ଟାରୁ ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ଵର, କଟକ, ପୁରୀ, ଓ ଦିଲ୍ଲୀରେ ଆଇଟି ରେଡ୍ କରୁଛି। ଆୟକର ଫାଙ୍କିବା ଅଭିଯୋଗରେ ତନାଘନା ଚାଲିଛି। ବିଭିନ୍ନ ସ୍ଥାନରେ ଚଢାଉରେ ୨୦ଟି ଟିମ୍‌ରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି। ଏଥି ସହିତ ସୁନ୍ଦରଗଡ ସମ୍ପର୍କୀୟ ଘରେ , ସମ୍ବଲପୁର ମୁଦୀପଡ଼ା ସ୍ଥିତ ନବ ଦାସଙ୍କ ଘର ସହ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ।

ନବ ଦାସଙ୍କ କୋଇଲା ଟ୍ରାନ୍ସପୋର୍ଟ ବ୍ୟବସାୟ ଆଧାରରେ ଯାଞ୍ଚ କରୁଛି ଆଇଟି ବିଭାଗ । କୋଇଲା ଦସ୍ତାବିଜ ଯାଞ୍ଚ କରୁଛି ଆଇଟି ବିଭାଗ। ୧୨୦ ଟି ଆଇଟି ଅଫିସର, ୪୦ ଟି ସିଆରପିଏଫ, ସହିତ ୧୮୦ ଅଧିକାରୀ ଏହି ରେଡରେ ସାମିଲ ହୋଇଛନ୍ତି । ଆୟକର ଫାଙ୍କିବା ଅଭିଯୋଗରେ ଚାଲିଛି ତନାଘନା । ଆଜି ଭୋର ୫ ଟାରୁ ଚଢ଼ାଉ କରିଛି ଆୟକର ବିଭାଗ । ଦୀପାଳି ଦାସ ପୁରୀରୁ ଫେରୁଥିବା ବେଳେ, ବିଶାଳ ଦାସ ଦିଲ୍ଲୀରେ ଅଛନ୍ତି । ଉଭୟଙ୍କ ଉପରେ ଆଇଟି ଟିମ୍ ନଜର ରଖିଛି । ୩ଟି ଅଫିସ୍ ବନ୍ଦ ଅଛି ।

ଦୀପାଳି ପୁରୀରୁ ଫେରିଲେ ଏହି ଅଫିସରେ ଚଢ଼ାଉ ଆରମ୍ଭ ହେବ । ସେପଟେ କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ନବ ଦାସ ଲିଙ୍କରେ ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଏଥିସହ ନବ ଦାସଙ୍କ ବ୍ୟବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍‌ । ଜାନୁୟାରୀ ୧୭ ତାରିଖରେ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଓ ଅଫିସରେ ଆଇଟି ରେଡ୍ ହୋଇଥିଲା। ସମ୍ବଲପୁର ଧନକଉଡ଼ାସ୍ଥିତ ତାଙ୍କ ବାସଭବନ, ଭଡ଼ାଘରେ ଓ କାର୍ୟ୍ୟାଳୟରେ ଚଢାଉ କରାଯାଇଥିଲା। କୋଟି କୋଟି ଟଙ୍କାର ଆୟକର ଫାଙ୍କିବା ଅଭିଯୋଗରେ ରେଡ୍ ହୋଇଥିଲା । ଆୟକର ବିଭାଗର ୨ ଟିମ୍ ରେଡ୍‌ରେ ସାମିଲ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା