Masthead

ପ୍ରକୃତି ପ୍ରେମରେ ବସନ୍ତ

ପୁରୀ (ବଡ଼ ଖବର ବ୍ୟୁରୋ): ପ୍ରକୃତି ପ୍ରେମରେ ବସନ୍ତ । ପୁରୀର ବସନ୍ତ କୁମାର ବେହେରା । ପେସାରେ ଜଣେ ଗାଡ଼ି ମିସ୍ତ୍ରୀ । ବଡ଼ଦାଣ୍ଡରେ ରହିଛି ତାଙ୍କର ଛୋଟିଆ ଗାଡ଼ି ଗ୍ୟରେଜ । ଦିନ ଜାକରେ ଯାହା ରୋଜଗାର କରନ୍ତି ସେଥିରୁ ଅଧା ଟଙ୍କାରେ ଗଛ କିଣନ୍ତି ବାକି ଅଧା ଟଙ୍କାରେ ତାଙ୍କର ପରିବାର ଚଳାନ୍ତି। ଆପଣ ଭାବୁଥିବେ ବସନ୍ତ ବୋଧେ ଫୁଲ ଗଛ ତାଙ୍କ ଘର ପାଇଁ କିଣୁଥିବେ, କିନ୍ତୁ ବସନ୍ତ ଗଛ କିଣନ୍ତି ଲୋକଙ୍କ ସେବା ପାଇଁ । ଖରା ଦିନେ ଲୋକ କିପରି ଟିକେ ଛାଇ ଆଉ ଥଣ୍ଡା ପବନ ଟିକେ ପାଇ ପାରିବେ ସେଥିପାଇଁ ପୁରୀର ରାସ୍ତା କଡ଼ରେ ଖାଲିଥିବା ଜାଗା ମାନଙ୍କରେ ଲଗାଇଛନ୍ତି ଗଛ ।

ଯେମିତି କି ବର ଗଛ, ଓସ୍ତ ଗଛ, ଜାମୁକୋଳି ଗଛ, ଆମ୍ବ ଗଛ, ପିଜୁଳି ଗଛ, ଚାକୁଣ୍ଡା ଗଛ ଲଗାଇଛନ୍ତି । ଖାଲି ସେତିକି ନୁହେଁ ବସନ୍ତ ପୁରୀ ବାଲୁଖଣ୍ଡ ଅଭୟରଣ୍ୟରେ ମଧ୍ୟ ବହୁତ ଗଛ ଲଗେଇଛନ୍ତି। ଏପରିକି ସକାଳେ ଆଉ ସନ୍ଧ୍ୟାରେ କିଛି ସାଙ୍ଗ ମାନଂକୁ ନେଇ ସବୁଦିନ ବୁଲି ବୁଲି ଗଛ ମାନଙ୍କ ମୂଳରେ ପାଣି ଦିଅନ୍ତି। ଯଦି ପ୍ରଶାସନ ତରଫରୁ କିଛି ପ୍ରେତ୍ସାହନ ମିଳନ୍ତା ତେବେ ଆଗକୁ ଆହୁରି ଅଧିକ ରୁ ଅଧିକ ଗଛ ଲଗାଇବେ ବୋଲି କହିଛନ୍ତି ବସନ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା