Masthead

କଂଗ୍ରେସରେ ମିଶିଲେ କହ୍ନେୟା ଓ ଜିଗ୍ନେଶ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ସବୁ ବାଦ ବିବାଦର ଅନ୍ତ ଘଟାଇ ହାତ ଧରିଛନ୍ତି ୨ ଯୁବ ହେଭିଓ୍ବେଟ ସିପିଆଇ ନେତା ତଥା ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ମିଶିଥିବା ବେଳେ ଗୁଜରାଟର ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ ବିଧାୟକ ଜିଗ୍ନେଶ ମେୱାନି ମଧ୍ୟ ଆଜି ହାତ ଧରିଛନ୍ତି। ଉଭୟ ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହାପରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ପୂର୍ବରୁ ଉଭୟ ଅକ୍ଟୋବର ୨ରେ କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ସେମାନେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଆଜି ଦଳରେ ମିଶିଛନ୍ତି। ଏଥିପାଇଁ ଏଆଇସିସି ମୁଖ୍ୟାଳୟରେ ସ୍ଵତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା।

କଂଗ୍ରେସକ୍ଷରେ କହ୍ନେୟାଙ୍କ ଯୋଗଦାନ ପରେ ବିହାର ରାଜନୀତିରେ କହ୍ନେୟାଙ୍କୁ କଂଗ୍ରେସ ଗୁରୁ ଦାୟିତ୍ୱ ଦେବ। ବିହାରରେ କଂଗ୍ରେସର ସହଯୋଗୀ ଆରଜେଡି ଓ ସିପିଆଇ ଅପେକ୍ଷା ଆହୁରି ଖରାପ ପ୍ରଦର୍ଶନ କରିଥିଲା। କଂଗ୍ରେସ ୭୦ ଟି ମଧ୍ୟରୁ ୧୯ଟି ଆସନ ଜିତିଥିଲା। ଆରଜେଡି ୧୪୪ ଆସନରୁ ଅଧାରୁ ଅଧିକ ଆସନ ଜିତିଥିଲା। ସେହିଭଳି ସିପିଆଇ ୧୯ଟି ଆସନ ମଧ୍ୟରୁ ୧୨ଟି ଜିତିଥିଲା। ତେଣୁ ଏବେ କଂଗ୍ରେସ କହ୍ନେୟାଙ୍କ ମାଧ୍ୟମରେ ଦଳକୁ ବିହାରେ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ନିଜର ବେଧଡ଼କ ଭାଷଣ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୨୦୧୯ ଲୋକସଭା ନିର୍ବାଚନ ବେଳେ ସିପିଆଇ ତାଙ୍କୁ ବେଗୁସରାଇରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ବିଜେପି ହେଭିୱେଟ ଗିରିରାଜ ସିଂହଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।

ଅନ୍ୟପଟେ ଗୁଜରାଟର ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ ବିଧାୟକ ଜିଗ୍ନେଶ ମେୱାନି କଂଗ୍ରେସରେ ଯୋଗଦେବାପରେ ଗୁଜୁରାଟରେ ଦଳର ଦାତ ମୁଠା ଟାଣ ହୋଇଛି। ଗୁଜୁରାଟରେ ଦଳର ନୈରାଶ୍ୟଜନକ ସ୍ତିତି ଥିଲେ ବି ଏଥର ଗୁଜରାଟରେ ପୂର୍ଣ୍ଣ ବଳ ସହିତ କଂଗ୍ରେସ ଲଢ଼ିବାକୁ ଗୁଜୁରାଟ ମଇଦାନକୁ ଓହ୍ଲେଇବ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ