Masthead

ଭୂତ ଖାଉଛି ଭତ୍ତା ଟଙ୍କା

କୋଣାର୍କ (ବଡ଼ ଖବର ବ୍ୟୁରୋ): ଭୂତ ଖାଉଛି ଭତ୍ତା ଟଙ୍କା । ମୃତ୍ୟୁ ହୋଇଥିଲେ ବି ହିତାଧିକାରୀଙ୍କ ନାଁରେ ପ୍ରତି ମାସରେ ଉଠୁଛି ଟଙ୍କା । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଈଷାଣପୁର ପଞ୍ଚାୟତରୁ । ଏଠାରେ ଗରିବଙ୍କୁ ତ ଲୁଟୁଛନ୍ତି, ମଲା ଲୋକଙ୍କୁ ବି ଛାଡୁ ନାହାନ୍ତି । ତିନିଜଣ ମୃତ ବ୍ୟକ୍ତିଙ୍କ ନାଁରେ ସରକାରୀ ତହବିଲରୁ ଉଠୁଛି ଟଙ୍କା । ଯାହାର ପ୍ରମାଣ ଲାଗିଛି ‘ବଡ଼ ଖବର’ ହାତରେ । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା । ହେଲେ ମୃତକଙ୍କ ନାଁରେ ମାସମାସ ଧରି ଉଠିଚାଲିଛି ଟଙ୍କା । ସୂଚନା ଆଇନ ବଳରେ ଏହି ରହସ୍ୟ ପଦାକୁ ଆସିଛି । ‘ବଡ଼ ଖବର’ରେ ଖବର ପ୍ରସାରଣର ୨୪ ଘଣ୍ଟା ପରେ ଦୋଷ ଳୁଚାଇବା ପାଇଁ ଈସାଣପୁର ପଞ୍ଚାୟତ ଅରେଇ ଗ୍ରାମର ଶୈଳବାଳା ପରିଡାଙ୍କୁ ରାତିଅଧିଆ ୬ହଜାର ୫ଶହ ଟଙ୍କା ସହିତ ଭତ୍ତା ବହି ଦେଇ ଚାଲିଯାଇଥିଲେ ସରକାରୀ ବାବୁ । ନ୍ୟାୟ ପାଇବା ପାଇଁ ଗୋପ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ । ନ୍ୟାୟ ନ ମିଳିବାରୁ ବ୍ଲକ୍ ଘେରାଉ କରିଥିଲେ ଗ୍ରାମବାସୀ ।

ଏତେସବୁ ପରେ ବି ଚୁପ ରହିଲେ ବିଡିଓ ଦୀପ୍ତିରାଣୀ ଦାସ । କିଛିଦିନ ପୂର୍ବରୁ ଗୋପ ବିଡିଓ ଦୀପ୍ତିରାଣୀ ଦାସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ବିଡିଓ କହୁଥିଲେ ତାଙ୍କ ସମୟରେ ଗୋପର ସବୁ ସରପଞ୍ଚ ମାଲାମାଲ ହୋଇଛନ୍ତି । ଯାହାର ଏକ ନିଚ୍ଛକ ପ୍ରମାଣ ଈଷାଣପୁର ପଞ୍ଚାୟତ ଭତ୍ତା ଟଙ୍କା ଦୁର୍ନୀତିରୁ ଜଣାପଡ଼ିଲା । ବିଡିଓ ଦୀପ୍ତିରାଣୀ ଦାସଙ୍କ ଦୁର୍ନୀତି ସମ୍ପର୍କରେ ଅନେକ ଥର ଖବର ବିଭିନ୍ନ ଭତ୍ତା ମହାଦୁର୍ନୀତି ସମ୍ପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପାଖରେ ମଧ୍ୟ ଅଭିଯୋଗ କରିଥିଲେ ଗ୍ରାମବାସୀ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ