Masthead

ଅସ୍ଥାୟୀ ପୋଖରୀରେ ହେବ ମୂର୍ତ୍ତି ବିସର୍ଜନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା କଟକଣା ଭିତରେ ଚଳିତ ବର୍ଷ ପାଳିତ ହୋଉଛି ଦୁର୍ଗାପୂଜା । ପୂଜା ଭଳି ଭଷାଣିକୁ ମଧ୍ୟ ନିଡାମ୍ବରରେ ସମାପନ କରିବା ପାଇଁ ହୋଇଛି ବ୍ୟପକ ପ୍ରସ୍ତୁତି । ବିଏମସି ପକ୍ଷରୁ ରାଜଧାନୀର ତିନି ପ୍ରମୁଖ ନଦୀ ଦୟା, ଭାର୍ଗବୀ, କୁଆଖାଇ କୂଳରେ ଚାରିଟି ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ଯେଉଁଥିରେ ୧୮୦ ମୂର୍ତ୍ତି ବିସର୍ଜନ ହେବାର ବ୍ୟବସ୍ତା ରହିଛି । ଚଳିତ ବର୍ଷ ମେଢ, ମେଢର ଆକାର ଓ ସାଜ୍ଜସଜ୍ଜା କମ ରହିଛି । ବିଏମସି ଇଜଞ୍ଜିନିୟରିଂ ଟିମ ପକ୍ଷରୁ ଦୟାନଦୀ କୂଳରେ ୩୭ମିଟର ଲମ୍ବ ୨୬ ମିଟର ଓସାର ଏବଂ ୨୫ ମିଟର ଲମ୍ବ ଓ ୨୦ମିଟର ଓସାରର ଦୁଇଟି ପୋଖରୀ ଖୋଳାଯାଇଛି ।

ସେହିପରି ଟଙ୍କପାଣି ବ୍ରିଜ ନିକଟରେ ୨୫ମିଟର ଲମ୍ବ ୧୫ମିଟର ଓସାର ଓ ଦୟା ବ୍ରିଜ ନିକଟରେ ୨୫ମିଟର ଲମ୍ବ ଓ ୧୦ ମିଟର ଓସାରର ପୁଷ୍କରଣୀ ଖୋଳାଯାଇଛି । ପ୍ରତ୍ୟେକ ପୋଖରୀକୁ ଦୁଇରୁ ତିନି ମିଟର ଗଭୀର କରାଯାଇଛି । ଏହି ଅସ୍ଥାୟୀ ପୋଖରୀକୁ ଆପ୍ରୋଚ ରୋଡ ନିର୍ମାଣ କରାଯାଇଛି । ଯେପରି କିଛି ଅଘଟଣ ନଘଟିବ ସେଥିପାଇଁ ମୁଖରାସ୍ତା ଠାରୁ ଅସ୍ଥାୟୀ ପୋଖରୀ ପର୍ଯ୍ୟନ୍ତ ଲାଇଟ ଲଗାଯାଇଛି । ପୂଜା କମିଟି ସଦସ୍ୟମାନେ ନିର୍ଦ୍ଦେଶାବଳୀ ଅନୁଯାୟୀ ବୁଡ଼ ପକାଇବାକୁ ନିର୍ଦ୍ଦେର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ