Masthead

ରାସ୍ତା ନଥିବାରୁ ଭାର କରି ଶିଖାରେ ବୁହାହେଲେ ଗର୍ଭବତୀ

ବାଂଶପାଳ(ବଡ଼ ଖବର ବ୍ୟୁରୋ): ରାସ୍ତା ନଥିବାରୁ ଭାର କରି ଶିଖାରେ ବୁହାହେଲେ ଗର୍ଭବତୀ । ଏଭଳି ବିକଳ କରୁଣ ଚିତ୍ର ଦେଖିବାକୁ ମିଳିଛି, ଖଣି ଖାଦାନରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ କୁମୁଣ୍ଡି ପଞ୍ଚାୟତ ଶୁଆକାଠି ଉପରଉରମୁଣ୍ଡା ଗ୍ରାମରରେ । ଗ୍ରାମର ରଇଦାଶ ମୁଣ୍ଡାଙ୍କ ସ୍ତ୍ରୀ ଗୁରୁବାରୀ ମୁଣ୍ଡା ଗର୍ଭବତୀ ଥିବାରୁ ହଠାତ୍ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା ।

ଗର୍ଭଯନ୍ତ୍ରଣା ଦେଖି ତାଙ୍କ ସ୍ୱାମୀ ଆଶାକର୍ମୀଙ୍କୁ ଜଣାଇ ଥିଲେ । ଆଶାକର୍ମୀ ଆମ୍ବୁଲାନ୍ସକୁ କଲ କରି ଆମ୍ବୁଲାନ୍ସକୁ ଡାକିଥିଲେ । କିନ୍ତୁ ଦୁଃଖର ବିଷୟ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆଧା ବାଟରେ ହିଁ ରହିଯାଇଥିଲା । ଫଳରେ ବର୍ଭବତୀ ମହିଳାଙ୍କୁ ପ୍ରାୟ ଦେଢ କିଲୋମିଟର ହେବ ଶିଖାରେ ଭାରକରି ଵିଲୋ ଖମାର କାଦୁଅ ପଚ ପଚ ରାସ୍ତାରେ  ବୋହି ନେଇ ଆମ୍ବୁଲାନ୍ସ ପାଖକୁ ପହଞ୍ଚାଇଥିଲେ ।

ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପରେ ଆମ୍ବୁଲାନ୍ସଟି ବାଂଶପାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀ ମହିଳାଙ୍କୁ ପହଞ୍ଚାଇଥିଲା । ଏବେ ଗର୍ଭବତୀ ମହିଳା ମେଡିକାଲରେ ଦ୍ୱିତୀୟ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏଭଳି ଛାତି ଥରା ଦୃଶ୍ୟ ଦେଖି ସରକାରଙ୍କ ନାରା ପିଟୁଥିବା ବିକାଶର କଥା ସମସ୍ତଙ୍କୁ ବ୍ୟଥିତ କରି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା