Masthead

ସିଲେରୁରେ ବୁଡ଼ିଗଲା ଡଙ୍ଗା, ୭ନିଖୋଜ

ଚିତ୍ରକୋଣ୍ଡା(ବଡ଼ ଖବର ବ୍ୟୁରୋ): ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ସାତ ନିଖୋଜ, ଏକ ମୃତ, ତିନି ଉଦ୍ଧାର । ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ଏଗାର ଜଣ ଲୋକ ଆନ୍ଧ୍ରକୁ କାମ କରିବାକୁ ଯାଇ କରୋନା କଟକଣା ପାଇଁ ଫେରି ନଥିଲେ । ସୋମବାର ବହୁ କଷ୍ଟରେ ସେମାନେ ଫେରୁଥିଲେ । ଆନ୍ଧ୍ର ପଥରୁ ଓଡିଶା କୁ ଆସିବାକୁ ହେଲେ କିଛି କରୋନା କଟକଣା ମାନିବାକୁ ହୁଏ । ସେଥିପାଇଁ ବିଳମ୍ବିତ ରାତିରେ ସେମାନେ ସିଲେରୁ ନଦୀ ପଥରେ କନ୍ଧଗୁଡ଼ା ଓ ଗୁଣ୍ଠାୱାଡାକୁ ଫେରିବାକୁ ଯୋଜନା କରିଥିଲେ । ଦଶଜଣ ବଡ଼ ଲୋକ ଏବଂ ଏକ ତିନିବର୍ଷର ପିଲା ଦୁଇଟି ଦେଶୀ ମାଛ ଧରା କାଠ ଡଙ୍ଗାରେ ଆସିବାକୁ ସ୍ଥିର କରିଥିଲେ । ଗୋଟିଏ ଡଙ୍ଗାରେ ପାଞ୍ଚ ଜଣ ଏବଂ ଆଉ ଏକ ମାଛ ଧରା ଡଙ୍ଗାରେ ଛ ଜଣ ବସି ଆଗ ପଛ ହୋଇ ନିଜ ଗ୍ରାମ କନ୍ଧଗୁଡ଼ାକୁ ଫେରୁଥିଲେ ।

ପ୍ରଥମ ଡ଼ଙ୍ଗାଟି ନଦୀ ଭିତରେ ଥିବା ଏକ ଖୁଣ୍ଟରେ ବାଡେଇ ହୋଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପ୍ରଥମ ଡ଼ଙ୍ଗାରେ ଥିବା ଛ ଜଣ ଲୋକ କିଛି ସମୟ ପହଁରି ପହଁରି ପଛ ଡଙ୍ଗାରେ ଚଢିବାକୁ ଚେଷ୍ଟା କରିଥିଲେ । ମାତ୍ର ଡ଼ଙ୍ଗାଟି ଛୋଟ ଥିବାରୁ ଦୁଇଟି ଡଙ୍ଗାର ଲୋକ ଗୋଟିଏ ଡଙ୍ଗାରେ ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦ୍ୱିତୀୟ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ସମସ୍ତେ ବୁଡ଼ି ଯାଇଥିଲେ । ତିନି ଜଣ ଲୋକ ପହଁରି ପହଁରି କନ୍ଧଗୁଡ଼ା ଘାଟରେ ପହଁଚିଥିଲେ । ଡଙ୍ଗାବୁଡ଼ା ଘଟଣା ପ୍ରଚାର ହେବାରୁ ସ୍ଥାନୀୟ ଲୋକେ ନଦୀଘାଟରେ ପହଂଚି ଖୋଜାଖୋଜି ଆରମ୍ଭ କରିଥିଲେ । ଖବର ପାଇ ଘଟଣାସ୍ଥଳକୁ ଚିତ୍ରକୋଣ୍ଡା ତହସିଲଦାର, ସ୍ଥାନୀୟ ଆରଆଇ ଓ ତାଙ୍କ ଟିମ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ପରେ ତିନିବର୍ଷର ଝିଅର ମୃତଦେହ ମିଳିଥିବା ବେଳେ ସାତ ଜଣ ନିଖୋଜ ଅଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି । ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ଗୁଣ୍ଠାୱାଡା ଗ୍ରାମର ହୋଇଥିବା ବେଳେ ପାଞ୍ଚ ଣ କନ୍ଧଗୁଡ଼ା ଗ୍ରାମର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ