Masthead

ଗୋମାଂସ ଜବତ: ୪ ଅଟକ

କୋଟଗଡ଼, (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ମାଦାଙ୍ଗୀ ଗ୍ରାମ ବିଦ୍ୟାଳୟ ନିକଟରୁ ଗୋମାଂସ ଜବତ। ପୋଲିସ ଏହି ମାମଲାରେ ଚାରି ଜଣଙ୍କୁ ଅଟକ ରଖିଛି। ଆଜି ସକାଳ ୧୦ଟାରେ ଗୋମାଂସ ରନ୍ଧା ହେଉଥିବା ଖବର ପ୍ରଘଟ ହେବା ପରେ ସ୍ଥାନୀୟ ବଜରଙ୍ଗ ଦଳ ସଦସ୍ୟମାନେ ସେଠାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଗୋମାଂସକୁ ପୋତିଦେଇଥିଲେ। ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ। ବଜରଙ୍ଗ ଦଳ ଓ ପୋଲିସ କହିବାନୁସାରେ କିଛି ଲୋକ ଗୋମାଂସ ରାନ୍ଧୁଥିବାବେଳେ କିଛି ମାଂସକୁ ଗଛରେ ଝୁଲାଇ ରଖିଥିବା ଦେଖିବାକୁ ମିଳିଥିଲା। ଅଟକ ଅଭିଯୁକ୍ତମାନେ ଅନୁଗୁଳର ବୋଲି ଜଣାପଡ଼ିଛି। ସେମାନେ ଦୀର୍ଘଦିନ ହେବ ମାଦାଙ୍ଗୀରେ ରହି କାମ କରୁଥିଲେ। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ସହ ଏଭଳି କାର୍ୟ୍ୟକୁ ପ୍ରଶ୍ରୟ ନ ଦେବାକୁ ଦାବି କରିଛି କୋଟଗଡ଼ ବଜରଙ୍ଗ ଦଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ