Masthead

ସେଲୁନ୍ ଚଳାଉଛି ସଂସାର

ବେଗୁନିଆ (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଦୁର୍ଗାପୁର ପଞ୍ଚାୟତ ଗୁଡ଼ୁମ ଗାଁର ଜଗନ୍ନାଥ ବାରିକଙ୍କ ୧୮ ବର୍ଷୀୟ ବଡ଼ପୁଅ ସତ୍ୟବ୍ରତ । ସେଲୁନରେ କାମ କରି ଯାହା ରୋଜଗାର କରନ୍ତି, ସେତିକିରେ ଚଳୁଛି ପରିବାର । ପରିବାର କହିଲେ ବାପା,ମା’ ଏବଂ ସାନଭାଇ । ସତ୍ୟବ୍ରତଙ୍କ ରୋଜଗାରେ ଚାରିପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ।

ସତ୍ୟବ୍ରତଙ୍କ ବାପା ଜଗନ୍ନାଥ ପିଲାଙ୍କୁ ଟ୍ୟୁସନ କରି ଯାହା ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । କିଛିବର୍ଷ ହେବ ତାଙ୍କ ଆଖିକୁ ଦେଖାଗଲା ନାହିଁ । ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଚିକିତ୍ସା କରାଇଥିଲେ ସୁଦ୍ଧା ସୁଫଳ ମିଳିନଥିଲା । ଘରର ମୁରବି ଅନ୍ଧ ହୋଇଯିବା ପରେ ବଡ଼ପୁଅ ସତ୍ୟବ୍ରତ ଉଠାଇଥିଲା ପରିବାରର ବୋଝ । ପାଠପଢ଼ା ସାଙ୍ଗକୁ ସେଲୁନରେ କାମ କରି ପରିବାର ଚଳାଉଛନ୍ତି ସତ୍ୟବ୍ରତ ।

ଜଗନ୍ନାଥଙ୍କୁ ଟଙ୍କା କେଇଟା ଭତ୍ତାକୁ ଛାଡିଦେଲେ ଅନ୍ୟ କୌଣସି ସରକାରୀ ସହାୟତା ମିଳୁନାହିଁ । ଅବାସ ଯୋଜନାରେ ପକ୍କାଘର ଖଣ୍ଡେ ନଥିବାରୁ ଆଜିବି ଝାଟିମାଟି ଘରେ ଜୀବନ ବିତାଉଛନ୍ତି ଏଇ କପରିବାର । ସରକାରୀ ସହାୟତା ମିଳିଲେ ଜଗନ୍ନାଥଙ୍କ ପରିବାର ବାକି ଜୀବନ ଖୁସିରେ କଟାଇଦିଅନ୍ତେ ବୋଲି କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା