କରୋନାରେ ମୃତ୍ୟୁସଂଖ୍ୟା ୧୦୨୨କୁ ବୃଦ୍ଧି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆଜି ୧୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦୨୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱରରୁ ୪, ଢେଙ୍କାନାଳରୁ ୨ଜଣଙ୍କ ଜୀବନ ନେଇଛି କରୋନା । ଗଜପତି, ପୁରୀ, କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ୫ ମୃତକଙ୍କ ମଧ୍ୟରୁ ୩ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡିଛି ।

ଭୁବନେଶ୍ୱରର ୬୫ ଓ ୬୭ ବର୍ଷୀୟ ମହିଳା, ୬୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ୨ ମୃତକ ୬୦ ବର୍ଷୀୟ ମହିଳା ଓ ୭୦ ବର୍ଷୀୟ ପୁରୁଷ ଅଛନ୍ତି । ବାଲେଶ୍ୱର ୬୦, ୬୮ ଓ ୮୪ ବର୍ଷୀୟ ପୁରୁଷ; ୪୨ ବର୍ଷୀୟ ମହିଳା ମୃତ । ଢେଙ୍କାନାଳ ଜିଲ୍ଲାର ୨ ମୃତ ପୁରୁଷ; ବୟସ ୫୯ ଓ ୬୬ ରହିଛି । ଗଜପତିର ୭୦ ବର୍ଷୀୟ ମହିଳା; ପୁରୀର ୬୮ ବର୍ଷୀୟ ପୁରୁଷ ମୃତ । କଳାହାଣ୍ଡିର ୫୦ ବର୍ଷୀୟ ମହିଳା, କେନ୍ଦ୍ରପଡାର ୭୪ ବର୍ଷୀୟା ପୁରୁଷ ଓ କୋରାପୁଟ ୬୦ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!