Masthead

ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହଟ୍ଟଗୋଳ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ମୁହାଁମୁହିଁ ହେଲେ ମେୟର ଓ କର୍ପୋରେଟର । ଦୀର୍ଘ ସମୟ ପର୍ୟ୍ୟନ୍ତ ଚାଲିଲା ମେୟର ଓ କର୍ପୋରେଟର ମଧ୍ୟରେ ପାଟିତୁଣ୍ଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଶୁକ୍ରବାର ହୋଇଥିବା ବିଏମସିର କାଉନସିଲ ବୈଠକରେ । ବୈଠକରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଏହାରି ମଧ୍ୟରେ ବିଏମସିର ୩୭ ନମ୍ବର କର୍ପୋରେଟର ବନୀତା ସାହୁ ପୂର୍ବରୁ ନିଜ ୱାର୍ଡରେ ହୋଇଥିବା ତାଙ୍କ ପ୍ରତି ଆକ୍ରମଣ ସମ୍ପର୍କରେ ନିଜର ମତ ରଖିଥିଲେ । କିଛି ଦିନ ପୂର୍ବରୁ ୱାର୍ଡ ନିର୍ଦ୍ଧାରଣକୁ ନେଇ ୩୭ ଓ ୩୮ ୱାର୍ଡ କର୍ପୋରେଟର ମଧ୍ୟରେ ପାଟିତୁଣ୍ଡ ହେବା ପରେ ଘଟଣାସ୍ଥଳରେ ମେୟର ସମେତ ବିଭାଗୀୟ ଅଧିକାରୀ ଓ ଦୁଇ କର୍ପୋରେଟର ଯାଇଥିଲେ । କିନ୍ତୁ ସେଠାରେ ଜଣେ ଠିକାଦାର ୩୭ ନମ୍ବର ୱାର୍ଡ କର୍ପୋରେଟର ବନୀତା ସାହୁକୁ ଖରାପ ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ ।

ଏନେଇ ବିଏମସି କାଉନସିଲ କାହିଁକି ତାଙ୍କ ସାଥ ଦେଲାନାହିଁ ଓ କେହି ତାଙ୍କ ବିରୁଦ୍ଧରେ କାହିଁକି କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି କହିଥିଲେ । ଏହାପରେ ବନୀତାଙ୍କ ସପକ୍ଷରେ କିଛି କର୍ପୋରେଟର ବାହାରି ଏନେଇ ବୈଠକରେ ପାଟିତୁଣ୍ଡ ଆରମ୍ଭ କରିବା ସହ ମେୟରକୁ ଦୋଷାରୋପ କରିଥିଲେ । ଏହାକୁ ନେଇ ମେୟର ନିଜ ସ୍ଥାନରୁ ବାହାରି ବନୀତା ସାହୁ ଓ ଅନ୍ୟ କର୍ପୋରେଟର ନିକଟକୁ ଆସି ତାଙ୍କୁ ବୁଝାଇଥିଲେ । କିନ୍ତୁ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ଆହୁରି ବଢ଼ିବା ସହ କର୍ପୋରେଟ ଓ ମେୟର ମଧ୍ୟରେ ଦୀର୍ଘ ସମୟ ଧରି ପାଟିତୁଣ୍ଡ ସହ ଯୁକ୍ତିତର୍କ ହୋଇଥିଲା । ଦୀର୍ଘ ସମୟ ପରେ ବିଏମସି କମିଶନର ମେୟର ଓ କର୍ପୋରେଟର ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା