Masthead

ପୋଲିସର ଦବଙ୍ଗଗିରି

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଖାକିରେ ଲାଲିଲା କଳଙ୍କର ଛିଟା । ରାତି ଅଧରେ ଘରେ ପଶି ଲୋକଙ୍କୁ ପିଟିଲା ପୋଲିସ । କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳ ୨ନମ୍ବର ୱାର୍ଡରୁ ଆସିଛି ଏଭଳି ଅଭିଯୋଗ । ସରୋଜ ମୁଣ୍ଡା ଏବଂ ମୁନା ଓରାମଙ୍କ ନାମରେ ବୁଲେଟ ଚୋରିର ଅଭିଯୋଗ ଆସିଥିଲା । ପୋଲିସ ସରୋଜକୁ ତା’ଘରୁ ଉଠାଇ ନେଇଥିଲା । ମୁନାକୁ ନପାଇବାରୁ ପୁଣିଥରେ ରାତି ଅଧରେ ଆସିଥିଲା । ୱାର୍ଡ଼ର ସମସ୍ତଙ୍କ ଘରେ ରାତି ଅଧରେ ପଶି ପୁଲିସ ଖୋଜାଖୋଜି କରିଥିଲା । ନପାଇବାରୁ ଲୋକଙ୍କୁ ମନଇଛା ମାଡ଼ ମାରିଥିଲା ପୁଲିସ ।

ବିଧବା ମହିଳା ମୀନା ମୁଣ୍ଡାଙ୍କ ଘରେ ପୋଲିସ ପଶି ତାଙ୍କୁ ମାଡ଼ ମାରିଥିଲା । କାକୁତି ମିନତି ହୋଇଥିଲେ ସୁଦ୍ଧା ପୋଲିସ ତାଙ୍କ ଗୁହାରି ଶୁଣିନଥିଲା । ମୀନାଙ୍କ ଗୋଡ଼ ହାତକୁ ମାରି ଫଟେଇ ଦେଇଛି ପୋଲିସ । ମୀନାଙ୍କ ପଡିଶା ଘରେ ରହୁଥିବା ଛାତ୍ରମାନେ ମଧ୍ୟ ପୋଲିସ ମାଡ଼ର ଶିକାର ହୋଇଛନ୍ତି । ଯୋଡ଼ା ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ଥାନା ଅଧିକାରୀ କହିଛନ୍ତି କେନ୍ଦୁଝର ସଦର ପୋଲିସ ଷ୍ଟାପ୍ ଆସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ