Masthead

ଦୀପକଙ୍କ ଟ୍ରାକ୍ ରେକର୍ଡ ଉଡ଼ିଯିବ ହୋସ୍…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ମୁଣ୍ଡକୁ ତଳକୁ କରିଛି ଭରତପୁର ଥାନା । ଥମିବାର ନାଁ ଧରୁନି ବିବାଦ । ମେଜର ଓ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଘଟଣାରେ ନିଲମ୍ବନ ହୋଇଛନ୍ତି ଦୀନକୃଷ୍ଣ ମିଶ୍ର । ତାଙ୍କ ସ୍ଥାନରେ ଆସିଲେ ଦୀପକ ଖଣ୍ଡାୟତରାୟ । ସେବି କଳଙ୍କରେ ବୁଡି ରହିଛନ୍ତି । ମୁଣ୍ଡରେ ଲାଗିଛି ହନୁମାନ ପଇସା କାରବାର ଦୋଷ । ଯାଇଛନ୍ତି ଜେଲ । ୨୦୧୬ରେ ତାଙ୍କୁ ନେଇ ରାଜ୍ୟ ପୋଲିସ ବିଭାଗରେ କମ୍ପନ ସୃଷ୍ଟି ହୋଇଥିଲା । ମାଥିଲି ଥାନାରେ ସବ୍ ଇନ୍ସପେକ୍ଟର ଥିବା ବେଳେ ଦୀପକଙ୍କୁ ବିରଳ ହନୁମାନ ପଇସାର ଲାଗିଥିଲା ଲୋଭ । ବିଦେଶରେ ବିରଳ ଧାତୁ ଓ ହନୁମାନ ପଇସା ବିକ୍ରିକୁ ନେଇ ପୋଲିସ ଖୋଜୁଥିଲା ଚୋର । କିନ୍ତୁ ନିଜ ଡିପାଟମେଂଟରୁ ଏଭଳି ଚେର ଲମ୍ବିଛି କେବେ କଳ୍ପନା କରିନଥିଲା ବିଭାଗ । ଶେଷରେ ଦୀପକଙ୍କୁ ହି ଗିରଫ କରାଗଲା । ତକôାଳୀନ ମାଥିଲି ଥାନା ସବ୍ ଇନ୍ସପେକ୍ଟର ବା ଆଜିର ଭରତପୁର ଥାନାର ଆଇଆଇସି ଦୀପକ ଖଣ୍ଡାୟତରାୟ ସେତେବେଳେ ଘଟଣାର ଥିଲେ ମାଷ୍ଟରମାଇଣ୍ଡ । ଗିରଫ କରି ଦୀପକଙ୍କୁ ପୋଲିସ କରିଥିଲା କୋର୍ଟ ଚାଲାଣ । ଚାକିରିରୁ ନିଲମ୍ବନ ହୋଇଥିଲେ । ଜେଲ ଚାରିକାନ୍ଥରେ କଟାଇଥିଲେ ଛଅରୁ ଅଧିକ ମାସ ।

ହାଜତରୁ ଫେରିବା ପରେ ହଟିଥିଲା ନିଲମ୍ବନ ଫେରିପାଇଥିଲେ ଚାକିରି । ସେତେବେଳର ଚଚ୍ଚିତ ଚେହେରା ଆଜି ବି ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ର । ସାରା ଦେଶରେ ଭରତପୁର ଥାନାକୁ ନେଇ ଚାରିଆଡେ ଅଲୋଡନ ସୃଷ୍ଟି କରିଥିବା ବେଳେ ଏବେ କାର ଥାନା ଅଧିକାରୀ ଦୀପକଙ୍କୁ ନେଇ ବେଶ ଆଲୋଚନା ପାଲଟିଛି । ତାଙ୍କ କାରାନାମା ଖାଲି ମାଥିଲି ଥାନାରେ ଅଟକି ନଥିଲା । ନୟାଗଡ ଓ ପିପିଲି ଭଳି ସ୍ଥାନରେ କାର୍ଯ୍ୟ କରିବା ସମୟରେ ବାବୁଙ୍କ ନାମରେ ଅନେକ ଅଭିଯୋଗ ଭରି ରହିଛି । ଯାହା ପାଇଁ ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ସମୟ ଲାଗେନାହିଁ । ଏଭଳି ସମ୍ବେଦନଶୀଳ ସମୟରେ ଡିଜିପିଙ୍କ କାର୍ଯ୍ୟାଳୟ ତାଙ୍କୁ ନିଯୁକ୍ତିକୁ ନେଇ ବେଶ ଅସନ୍ତୋଷ ଦେଖିବାକୁ ମିଳିଲାଣି । ଖାଲି ସେତିକି ନିହେଁ ଦାୟିତ୍ୱ ନେବା ଦିନ ପୂଜାଚନାକୁ ନେଇ ବେଶ ଚର୍ଚ୍ଚା । ଆଉ ଏଭଳି ଜଣେ ଅପାରଗ ଅଫିସର ଦୀପକ ଖଣ୍ଡାୟତରାୟ ମେଜର ଏବଂ ତାଙ୍କ ବାନ୍ଧବିଙ୍କୁ ନ୍ୟାୟ ଦେଇପାରିବେ ତାହା ଏଠୁ ସ୍ପଷ୍ଟ ବାରି ହୋଇପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ