Masthead

ନବୀନଙ୍କୁ ନା ପରଦା ପଛର ବାବୁଙ୍କୁ ଗାଦି ଲୋଭ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ କ୍ଷମତାରୁ ଯିବାକୁ ଏହାରି ଭିତରେ ପୁରିବାକୁ ବସିବ ଦୁଇ ମାସ । ହେଲେ ଆଜି ବି ଯେମିତି ସରକାରରେ ଥିବା ଭଳି ମନେ ମନେ ଲଡୁ ଖାଉଛନ୍ତି ଦଳୀୟ ନେତା । ଖୋଦ୍ ଶଙ୍ଖ ଦଳର ଦଳପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବି ନିଜେ ମୁଖ୍ୟମନ୍ତ୍ରୀ ଥିବା କୁଆଡେ ସ୍ୱପ୍ନ ଦେଖୁଛନ୍ତି । ଯାହା ପାଇଁ ତାଙ୍କ ଅଣ ଓଡ଼ିଆ ଗୁମାସ୍ତା ବାବୁ ବି ତାଙ୍କୁ ସେହି ସ୍ୱପ୍ନ ରାଇଜରେ ରଖିବାକୁ କୁଆଡେ ବେଶ ଆଗ୍ରହୀ । କାହିଁକି ନାଁ ନବୀନ ବାବୁଙ୍କ ନାଁରେ ଗୁମାସ୍ତା ବାବୁ ବଳିୟାନ । ସେଥି ପାଇଁ ଏବେ ବିଭିନ୍ନ ସମୟରେ ରାଜ୍ୟର ସତେ ଯେମିତି ସେ ଏବେ ବି ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେହିଭଳି ତାଙ୍କ ଦ୍ୱାରା କାର୍ଯ୍ୟ କରାଉ ଥିବା ମନେ ହେଇଛି । ଯେମିତି କି ଛାୟା ମନ୍ତ୍ରୀ ମଣ୍ଡଳ ଗଠନ କରିବା, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଓ ଅଲିମ୍ପିକସରେ ପୁରୁଷ ହକି ଟିମ୍ ବ୍ରୋଞ ହାତେଇବା ପରେ ସରକାରରେ ଥିବା ସମୟରେ ଯେମିତି ଭିଡିଓ କଲରେ କଥା ହେଉଥିଲେ ଠିକ ସେମିତି ଗତକାଲି ମଧ୍ୟ ସେ ଠିକ କଥା ହେଲେ ।

ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା କି ନବୀନ ବାବୁ ଓ ତାଙ୍କ ଅଣଓଡ଼ିଆ ବାବୁ ପାଣ୍ଡିଆନଙ୍କର ଆଜି ବି କ୍ଷମତାରୁ ଯାଇନି ହ୍ୟାଙ୍ଗଓଭର । ଖାଲି ସେତିକି ନୁହେଁ କାଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାଇଲେଜ ନେଇ ଯିବେ ତାଙ୍କ ସହ ଜୋରଦାର କଣ୍ଟେଷ୍ଟ କରିବାରେ ଲାଗି ପଡିଛନ୍ତି । ଯେହେତୁ ଦିନକୁ ଦିନ ରାଜ୍ୟରେ ଲୋକପ୍ରିୟ ହେବାରେ ଲାଗିଛନ୍ତି । ଯେହେତୁ ନବୀନ ବାବୁ ନିଜକୁ ଓ ତାଙ୍କ ପାଇଁ ତାଙ୍କ ଅଣ ଓଡ଼ିଆ ଗୁମାସ୍ତା ବାବୁ ନବୀନ ସବୁଠୁ ଲୋକପ୍ରିୟ ନେତା ବୋଲି ଚାରିଆଡେ କହିବୁଲୁଥିଲେ ତେଣୁ ଏବେ କେହି ତାଙ୍କ ଆଗକୁ ନଯାଇ ପାଇନ୍ତୁ ତା ପାଇଁ ପୁରା ଦମ୍ ଲଗାଇ ଦେଇଛନ୍ତି । ଆଉ ବାବୁ ଅଣ ଓଡ଼ିଆ ନିଜେ ପୁଣି ଫର୍ମକୁ ଫେରିବା ପାଇଁ ନବୀନଙ୍କୁ ଆକୃଷ୍ଟ କରିବା ଆରମ୍ଭ କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି