Masthead

କୋୱିନରେ ସ୍ଲଟ ବୁକ ନକରି ଭୁବନେଶ୍ୱରବାସୀ ନେଇ ପାରିବେ ଦ୍ୱିତୀୟ ଡୋଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ଲଟ ବୁକିଂ ନକରି ଭୁବନେଶ୍ୱରବାସୀ ନେଇପାରିବେ ଦ୍ୱିତୀୟ ଡୋଜ । ଏନେଇ ଘୋଷଣା କଲା ବିଏମସି । ଯେଉଁମାନେ ମେ ୩ରୁ ମେ ୧୪ ଭିତରେ ବିଏମସି ଅଧୀନରେ ନିଜ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ ନେବା ପାଇଁ ଆଉ କୋୱିନ୍ ୱେବସାଇଟରେ ସ୍ଲଟ ବୁକ୍ କରି ଟିକା ନେବାକୁ ପଡ଼ିବନି । ଯେଉଁ ସ୍ଥାନରେ ପ୍ରଥମ ଡୋଜ ଟିକା ନେଇଥିଲେ ସେହି ସ୍ଥାନରେ ଦ୍ୱିତୀୟ ଡୋଜ ଟିକା ନେଇ ପାରିବେ । ଦ୍ୱିତୀୟ ଡୋଜ ଟିକା ନେବା ପାଇଁ କେବଳ ପ୍ରଥମ ଡୋଜ ଟିକାକରଣ ସାର୍ଟିଫିକେଟ ନେଇ ଆସିବେ ।

ଯିଏ ଯେଉଁ ତାରିଖରେ ପ୍ରଥମ ଡୋଜ ଟିକା ନେଇଥିଲେ, ସେହି ଅନୁସାରେ ତାଙ୍କର ଦ୍ୱିତୀୟ ଡୋଜ ଟିକା ନେବାର ତାରିଖ ଓ ସମୟ ବିଏମସି ପକ୍ଷରୁ ଜାରି କରାଯାଇଛି । ସେହି ତାରିଖ ଓ ସେହି ସମୟରେ ଆସି ନିଜର ଦ୍ୱିତୀୟ ଡୋଜ ନେଇପାରିବେ । କୋୱିନ୍ ୱେବସାଇଟକୁ ଯାଇ ପ୍ରଥମ ଡୋଜ ଟିକା ନେବାର ସାର୍ଟିଫିକେଟକୁ ନେଇ ଟିକାକେନ୍ଦ୍ର ଯିବାକୁ କୁହଯାଇଛି । ଏହି ଟିକାକରଣ ପ୍ରକିୟା କେବଳ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଲାଗୁହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା