Masthead

ଗିରଫ ହେଲେ ଅଭିନେତା ଅରମାନ୍ କୋହଲି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ ):  ବଡ ଧରଣର ଡ୍ରଗସ୍ ଲିଙ୍କ୍ ମାମଲାରେ ଅଭିନେତା ଅରମାନ୍ କୋହଲି ଗିରଫ । ଡ୍ରଗସ କାରାବାର ସହ ସମ୍ପୃକ୍ତ ଥିବା ଜାଣି ଗତ ଶନିବାର ରାତିରେ ଅଭିନେତା ଅରମାନ୍ କୋହଲିଙ୍କ ଘରେ ଏନସିବି ଅଧିକରୀ ଚଢାଉ କରିଥିଲେ । ଆଉ ଆଜି ଅରମାନ୍ କୋହଲିଙ୍କୁ ଗିରଫ କରିଛି ଏନସିବି । ଅରମାନ କୋହଲି ‘ଜାନି ଦୁଷ୍ମନ’ ଏବଂ ‘ପ୍ରେମ ରତନ ଧନପାୟୋ’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ଟିଭିର ଲୋକପ୍ରୀୟ ରିଆଲିଟି ସୋ ‘ବିଗ୍ ବସ୍ ‘ ର ସିଜିନ ୭ ରେ ଅରମାନ କୋହଲିଙ୍କୁ ଧ୍ୟ ଦେଖିବାକୁ ମିଳିଥିଲା । ନିକଟରେ ଏହି ଡ୍ରଗସ ଲିଙ୍କ୍ ମାମଲାରେ କିଛି ଅଭିନେତାଙ୍କୁ ମଧ୍ୟ ଏନସିବି ସମନ ପାଇଁ ନୋଟିସ ଜାରି କରିଥିଲା ।

ବଲିଉଡ୍ ଅଭିନେତା ସୁସାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଡ୍ରଗସ୍ ଲିଙ୍କର ଗୁମର ଫିଟିଥିଲା ।ଆଉ ଏହା ପରେ ସାମ୍ନାକୁ ଆସିଥିଲେ ଅନେକ ଅଭିନେତା ଓ ଅଭିନେତ୍ରୀ । ଡ୍ରଗସ୍ କାରବାରରେ ଚଳିଚ୍ଚିତ୍ର ଜଗତର ତାରକା ମାନେ ସମ୍ପୃ୍କ୍ତ ଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏପଟେ ଆଜି ଡ୍ରଗ୍ ପେଡଲର ଅଜୟ ରାଜ୍ଜୁ ସିଂହ ଙ୍କୁ ଏନସିବି ର ପଚରାଉଚରା ପରେ ଅଜୟ ଅରମାନ କୋହଲିଙ୍କ ନାଁ ନେଇଥିଲେ । ଏହା ପରେ ଏନସିବି ଦଳ ଆନେ୍ଧରି ଅଞ୍ଚଳରେ ଥିବା ଅରମାନଙ୍କ ଘରେ ଚଢାଉ କରିଥିଲା । ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡ କହିଛନ୍ତି ଯେ ଏହି ଚଢାଉ ପରେ ଅରମାନ କୋହଲିଙ୍କ ଠାରୁ କିଛି ପରିମାଣର କୋକେନ ଜବତ ହୋଇଛି । ତେବେ ଅରମାନଙ୍କ ସହ ଡ୍ରଗ୍ ଡିଲର ଅଜୟଙ୍କୁ ଧ୍ୟ ଗିରଫ କରିଛି ପୋଲିସ । ଉଭୟଙ୍କୁ ରବିବାର ମାଜିଷ୍ଟ୍ରେଟ୍  ପାଖରେ ହାଜର ହେବାକୁ କୁହାଯାଇଛି ।ତେବେ ଅରମାନ୍ କୋହଲି ଏଭଳି ସ୍କାନରକୁ ଆସିବା ପ୍ରଥମ ଥର ନୁହେଁ , ୨୦୧୮ ମସିହାରେ , ଅଧିକ ମଦ ବୋତଲ ରଖିବା ଅଭିଯୋଗରେ ଏକ୍ସାଇଜ ବିଭାଗ ଅରମାନ କୋହଲିଙ୍କୁ ଗିରଫ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ