Masthead

୬୪ବର୍ଷରେ ବି ଫିଟ ‘ମିଷ୍ଟର ଇଣ୍ଡିଆ’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଏଭରଗ୍ରିନଷ୍ଟାର ତଥା ମିଷ୍ଟର ଇଣ୍ଡିଆ ଭାବରେ ପରିଚିତ ଅନୀଲ କପୁର । ଗୁରୁବାର ଅନୀଲ ୬୪ବର୍ଷ ବୟସରେ ପହଞ୍ଚିଛନ୍ତି । ବୟସ ୬୦ ପାର କରିବା ସହ ଝିଅ ସୋନମ କପୁରଙ୍କ ବିବାହ ସରିଯାଇଥିଲେ ମଧ୍ୟ ଅନୀଲ ଏବେ ବି ଲାଗୁଛନ୍ତି ୩୦ ବର୍ଷୀୟ କୁଲ ହିରୋଙ୍କ ପରି । ନିଜକୁ ଖୁବ୍ ଫିଟ ରଖିଛନ୍ତି ଅନୀଲ । ବଲିଉଡକୁ ଅନୀଲଙ୍କ ରହିଛି ବହୁ ହିଟ ଫିଲ୍ମର ଅବଦାନ । ସେଥିମଧ୍ୟରେ ରହିଛି ଜୁଦାଇ, ରାମ ଲଖନ, ତେଜାବ, ବେଟା, ମିଷ୍ଟର ଇଣ୍ଡିଆ, ତାଲ, ପୁକାର, ନାୟକ ପରି ୯୦ ଦଶକର ଫିଲ୍ମ ତଥା ଦିଲ ଧଡକନେ ଦୋ, ଓଲକମ, ଓଲକମ ବ୍ୟାକ ପରି ଏବେର ସୁପରହିଟ ଫିଲ୍ମ । ଅନିଲଙ୍କ ହିରୋ ଭୂମିକା ହେଉ ବା କମେଡି କ୍ୟାରେକ୍ଟର ହେଉ ବା ଆକ୍ସନ ହେଉ କି ଏବେକାର ସିନିୟର ଆଟିଷ୍ଟ ର ରୋଲ ସବୁ ଛୁଇଁଥାଏ ଦର୍ଶକଙ୍କ ହୃଦୟକୁ । ବେଶିକରି ଓଲକମ ଫିଲ୍ମରେ ତାଙ୍କ ମଜନୁ ଭାଇ କ୍ୟାରେକ୍ଟର କେହି ବି ଦର୍ଶକ ଚାହିଁଲେ ଭି ଭୁଲିପାରିବେନି ।

ମାତ୍ର ୧୨ବର୍ଷ ବୟସରୁ ଅନିଲ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ବଲିଉଡରେ ପ୍ରଥମେ ଜଣେ ଶିଶୁ କଳାକାର ଭାବରେ ଅନେକ ଫିଲ୍ମ କରିବା ପରେ ଜଣେ ଲୋକପ୍ରିୟ ସୁପରଷ୍ଟାରର ଟାଇଟଲ ପାଇବାରେ ସମର୍ଥ ହୋଇଥିଲେ । ତେବେ ଅନୀଲଙ୍କ ଫିଲ୍ମ କ୍ୟାରିୟର ଯେତିକି ହିଟ, ବ୍ୟକ୍ତିଗତ ଜୀବନ ବି ସେତିକି ଫିଟ । ଜଣେ ଭଲ ସ୍ୱାମୀ ଓ ପିତା ଭାବରେ ନିଜର ସମସ୍ତ ଦାୟିତ୍ୱ ତୁଲାଇଛନ୍ତି । ସେ ସବୁକାମରେ ଫିଟ ବୋଲି ପ୍ରମାଣିତ କରିଛନ୍ତି ।

ଏକ ଆଓାର୍ଡ ସୋ ରେ ତାଙ୍କୁ କେହି ପୁରୁଣା କଳାକାର କହିବା ବେଳେ ଅନୀଲ ଏବେ ବି ୟଙ୍ଗ ଆଉ ଫିଟ ବୋଲି ସେ ଜଣାଇଥିଲେ । ଏଥିସହ ତାଙ୍କ ଇନଷ୍ଟା ପୋଷ୍ଟରେ ବି ସେ ଫିଟ ବୋଲି ସେ ଏକ କ୍ୟାପସନ ପୋଷ୍ଟ କରିଛନ୍ତି । ଅନୀଲଙ୍କ ଜନ୍ମଦିନ ଅବସରରେ ତାଙ୍କ ଅପକମିଙ୍ଗ ଫିଲ୍ମ ଏକେ ଭରସେସ ଏକେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଛି । ଏଥିରେ ଅନୀଲ କପୁର ଓ ନିର୍ମାତା ଅନୁରାଗ କାଶ୍ୟପ ଲିଡରେ ନଜର ଆସୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା