Masthead

କୋଠାଘରେ ପାଠପଢା

ବ୍ରହ୍ମଗିରି(ବଡ଼ ଖବର ବ୍ୟୁରୋ): ବାଟ ହୁଡିଛି ସର୍ବଶିକ୍ଷା ଅଭିଯାନ । ଭୁଶୁଡି ଯାଇଛି ଶିକ୍ଷା ବ୍ୟବସ୍ଥା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ଏହା ସତ । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ମହାବାତ୍ୟା ଫନିରେ କିଛି ବିଦ୍ୟାଳୟ ଧ୍ୱଂସ ହୋଇଯାଇଥିଲା । ମାତ୍ର ଫନିକୁ ଦେଢ଼ବର୍ଷ ବିତି ଯାଇଥିଲେ ମଧ୍ୟ ବିଦ୍ୟାଳୟ ମରାମତି ଉପରେ ପ୍ରଶାସନର ନଜର ପଡିନି । ବ୍ରହ୍ମଗିରିର ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟ, ଘଣପଣ ଓ ଅଇନପୁର ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । କାହାର ଆଜବେଷ୍ଟ, କବାଟ, ଝରକା ନାହିଁ ତ କାହାର କାନ୍ଥ ନାହିଁ । କେଉଁଠି ଗାଁର କୋଠାଘରେ ପାଠପଢା ହେଉଛି ତ ପୁଣି କୋଉଠି ଏନଏମ ଗୃହରେ ।

ଆଉ ବ୍ଲକର ଅନ୍ୟ ୫ଟି ସ୍କୁଲ ହୁଵାସହି ପ୍ରାଥମିକ ବିଦ୍ୟାଳୟ, ସନ୍ଧ୍ୟତଳ ପ୍ରାଥମିକ ବିଦ୍ୟାଳୟ, କାସିଆ ପ୍ରାଥମିକ ବିଦ୍ୟାଳୟ, ହାଣ୍ଡିଆଳି ପ୍ରାଥମିକ ବିଦ୍ୟାଳୟ ଓ ଜଗଦଳ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଶ୍ରେଣୀ ଗୃହ ଥିବାରୁ ୧ମ ରୁ ୫ମ ପର୍ଯ୍ୟନ୍ତ ପିଲା ଏକାଠି ପାଠ ପଢୁଛନ୍ତି । ଫଳରେ ସାମାଜିକ ଦୂରତା ରଖିବା ଅସମ୍ଭବ । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସ୍କୁଲଗୁଡିକ ବନ୍ଦ ରହିଛି । ସ୍କୁଲ ଖୋଲିଲେ କିପରି ପିଲା ପାଠ ପଢିବେ ତାହା ଚିନ୍ତାର ବିଷୟ । ଏ ବିଷୟରେ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯାଗ କରାଯାଉଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଭାବକମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ