କୋଠାଘରେ ପାଠପଢା

ବ୍ରହ୍ମଗିରି(ବଡ଼ ଖବର ବ୍ୟୁରୋ): ବାଟ ହୁଡିଛି ସର୍ବଶିକ୍ଷା ଅଭିଯାନ । ଭୁଶୁଡି ଯାଇଛି ଶିକ୍ଷା ବ୍ୟବସ୍ଥା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ଏହା ସତ । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ମହାବାତ୍ୟା ଫନିରେ କିଛି ବିଦ୍ୟାଳୟ ଧ୍ୱଂସ ହୋଇଯାଇଥିଲା । ମାତ୍ର ଫନିକୁ ଦେଢ଼ବର୍ଷ ବିତି ଯାଇଥିଲେ ମଧ୍ୟ ବିଦ୍ୟାଳୟ ମରାମତି ଉପରେ ପ୍ରଶାସନର ନଜର ପଡିନି । ବ୍ରହ୍ମଗିରିର ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାଳୟ, ଘଣପଣ ଓ ଅଇନପୁର ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । କାହାର ଆଜବେଷ୍ଟ, କବାଟ, ଝରକା ନାହିଁ ତ କାହାର କାନ୍ଥ ନାହିଁ । କେଉଁଠି ଗାଁର କୋଠାଘରେ ପାଠପଢା ହେଉଛି ତ ପୁଣି କୋଉଠି ଏନଏମ ଗୃହରେ ।

ଆଉ ବ୍ଲକର ଅନ୍ୟ ୫ଟି ସ୍କୁଲ ହୁଵାସହି ପ୍ରାଥମିକ ବିଦ୍ୟାଳୟ, ସନ୍ଧ୍ୟତଳ ପ୍ରାଥମିକ ବିଦ୍ୟାଳୟ, କାସିଆ ପ୍ରାଥମିକ ବିଦ୍ୟାଳୟ, ହାଣ୍ଡିଆଳି ପ୍ରାଥମିକ ବିଦ୍ୟାଳୟ ଓ ଜଗଦଳ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଶ୍ରେଣୀ ଗୃହ ଥିବାରୁ ୧ମ ରୁ ୫ମ ପର୍ଯ୍ୟନ୍ତ ପିଲା ଏକାଠି ପାଠ ପଢୁଛନ୍ତି । ଫଳରେ ସାମାଜିକ ଦୂରତା ରଖିବା ଅସମ୍ଭବ । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସ୍କୁଲଗୁଡିକ ବନ୍ଦ ରହିଛି । ସ୍କୁଲ ଖୋଲିଲେ କିପରି ପିଲା ପାଠ ପଢିବେ ତାହା ଚିନ୍ତାର ବିଷୟ । ଏ ବିଷୟରେ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯାଗ କରାଯାଉଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଭାବକମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ