Masthead

ଲାଞ୍ଜିଗଡ଼ରେ ଦୁଷ୍କର୍ମ ଘଟଣା, ମାମଲା ରୁଜୁ କରିବାକୁ ୪ ଦିନ କାହିଁକି ଲାଗିଲା: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲାଞ୍ଜିଗଡ଼ ଗଣ ଦୁଷ୍କର୍ମ ଘଟଣାରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ । ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । କଳାହାଣ୍ଡି ଲାଞ୍ଜିଗଡ଼ରେ ଦୁଷ୍କର୍ମ ଘଟଣାରେ ମାମଲା କରିବାକୁ କାହିଁକି ପୋଲିସକୁ ୪ ଦିନ ଲାଗିଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି। ମାମଲା ରୁଜୁ କରିବା ବଦଳରେ ଅଭିଯୋଗ ନକରିବାକୁ ପୀଡ଼ିତାଙ୍କୁ ପୋଲିସ ଉସୁକାଇଥିଲା ବୋଲି ଅଭିଯୋଗ କରିଛି ଦଳ। ୭ ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । କଟକରେ ବି ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଛି। ରାଜ୍ୟରେ ପୋଲିସ ପ୍ରଶାସନର କ୍ଷୟ ଘଟିଥିବା କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

ଅପରାଧୀ ମାନେ ପୋଲିସକୁ ଭୟ କରୁ ନାହାନ୍ତି। ସରକାରରେ ଥିବା ମନ୍ତ୍ରୀମାନଙ୍କ ନାଁରେ ମାମଲା ଥାଇ ମନ୍ତ୍ରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେଉନି ବୋଲି ଅପରାଧୀଙ୍କର ସାହସ ବଢିଛି। ରାଜ୍ୟ ସରକାରର ମନ୍ତ୍ରୀ ମାନେ ଅପରାଧୀର ରୋଲ୍ ମଡ଼େଲ୍ ସାଜିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ମହିଳା ବିରୋଧୀ ଅପରାଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନାରା କୁଆଡେ ଗଲା ପ୍ରଶ୍ନ କରିଛି ଦଳ। ରାଜ୍ୟରେ ୯.୨ ପ୍ରତିଶତ ଦଣ୍ଡବିଧାନ ହାର ପୋଲିସର ଅପରାଗତାକୁ ସ୍ପଷ୍ଟ କରୁଛି। ବିଜେଡ଼ି ସରକାର ମହିଳାଙ୍କ ପ୍ରତି ସମ୍ବେଦନ ହୀନ ଏହାର ଜବାବ ମହିଳାମାନେ ଆଗାମୀ ନିର୍ବାଚନରେ ଦେବେ ବୋଲି କହିଛି ଦଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା