ବ୍ରାଜିଲ ଭାରତ ବାୟୋଟେକ ସହିତ କରିଥିବା ଚୁକ୍ତିକୁ ବାତିଲ କରିଛି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହାଇଦ୍ରାବଦ ସ୍ଥିତ ଭାରତୀୟ ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ ସହିତ ବ୍ରାଜିଲ ୨ କୋଟି କୋଭାକ୍ସିନ ଟିକା ନେବାକୁ ଚୁକ୍ତି କରିଥିଲା । ତେବେ ବ୍ରାଜିଲ ଭାରତ ବାୟୋଟକ ସହିତ କରିଥିବା ଚୁକ୍ତିକୁ ବାତିଲ କରିଛି । କ୍ଲିନିକାଲ ଟ୍ରାଏଲରେ ବିଫଳ ହେବା ପରେ କମ୍ପାନୀ ସହିତ ବ୍ରାଜିଲ ସରକାର କରିଥିବା ଚୁକ୍ତି ବାତିଲ କରିଦେଇଛନ୍ତି । ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ କହିଛନ୍ତି କି, ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା କୋଭାକ୍ସିନ କ୍ଲିନିକାଲ ଟ୍ରାଏଲରେ ବିଫଳ ହେବା ପରେ ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି ।

ବ୍ରାଜିଲର ଔଷଧ ନିର୍ମାତା କମ୍ପାନୀ ପ୍ରେସୀସା ମେଡିଫାର୍ମାଟସ ଓ ଏନବିକ୍ସିୟା ଫର୍ମାସ୍ୟୁଟିକାଲ ଲିମିଟେଡ ସହିତ ଭାରତ ବାୟୋଟେକର ଚୁକ୍ତି ହୋଇଥିଲା। ନିୟାମକ ଦାଖଲ, ଲାଇସେନ୍ସ, ବିତରଣ, ବୀମା ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣର ଆଚରଣ ସହମତ ନହେବା ଏବଂ କ୍ଲିନିକାଲ୍ ପରୀକ୍ଷଣ ଅଟକି ଯିବା ପରେ ଚୁକ୍ତିନାମା ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ କହିଛନ୍ତି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚୁକ୍ତି ବାତିଲ ହେବା ପରେ ଭାୟତ ବାୟୋଟେକ କହିଛି କି କମ୍ପାନୀ ବ୍ରାଜିଲ ଠାରୁ କିଛି ବି ଅର୍ଥ ଅଗ୍ରୀମ ଆଣି ନାହିଁ ଏବଂ ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୌଣସି ଟିକା ଯୋଗାଇ ନାହିଁ । ହାଇଦ୍ରାବାଦ ସ୍ଥିତ ଏହି କମ୍ପାନୀ ପକ୍ଷରୁ କୁହାଯାଇଛି କି, ବ୍ରାଜିଲ ବିଶ୍ୱ ସ୍ତରୀୟ କାରବାର ଓ ଆଇନ ଅନୁଯାୟୀ ବ୍ରାଜିଲ ସହିତ ଚୁକ୍ତିନାମା କରିଥିଲା । ସମାନ ନିୟମ ଅନୁସରଣ କରି ବ୍ରାଜିଲ ବି ଭାରତ ବାୟୋଟେକ ସହିତ ଚୁକ୍ତି କରିଥିବା କମ୍ପାନୀ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’