Masthead

୧୭ ଆସନରେ ଲଢିବ ବିଜେପି, ୧୬ ଆସନରେ ଲଢିବ ନୀତୀଶଙ୍କ ଜେଡିୟୁ

ବିହାର (ବଡ଼ ଖବର ବ୍ୟୁରୋ): ସୋମବାର ଏନ୍‌ଡିଏ ମଧ୍ୟରେ ଆସନ ବୁଝାମଣା ହୋଇଯାଇଛି। ଚୁକ୍ତିନାମା ଅନୁଯାୟୀ ବିହାରର ୪୦ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ) ୧୬ଟି ଆସନରେ ନିର୍ବାଚନ ଲଢିବ। ଏପରିକି ଚିରାଗ ପାଶୱାନଙ୍କ ଏଲ୍‌ଜେପି (ଆର) ୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଚୂଡ଼ାନ୍ତ ହୋଇଛି। ଜିତନ ରାମ ମାଞ୍ଝିଙ୍କ ଦଳ ଗୋଟିଏ ଆସନରେ ନିର୍ବାଚନ ଲଢିବ।

ଉପେନ୍ଦ୍ର କୁଶୱାଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାଙ୍କୁ ଗୋଟିଏ ଆସନ ଦିଆଯାଇଛି।ଚିରାଗ ପାସୱାନଙ୍କ ଦଳର ନେତା ରାଜୁ ତିୱାରୀ କହିଛନ୍ତି ଯେ, ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ କଥାବାର୍ତ୍ତା ପରେ ଆମକୁ ୫ଟି ସିଟ୍ ମିଳିଛି । ତେବେ ସେ ଆଶ୍ୱସ୍ତ କରିଛନ୍ତି ଯେ, କେବଳ ୫ଟି ସିଟ୍ ନୁହେଁ, ବରଂ ଏନଡିଏ ସମସ୍ତ ୪୦ଟି ସିଟରେ ବିଜୟୀ ହେବ । ତା ସହ ଜେଡିୟୁ ନେତା ସଞ୍ଜୟ ଝା ଏବଂ ରାଜ୍ୟରେ ଉପ-ମୁଖ୍ୟମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ମଧ୍ୟ ଏନଡିଏ ୪୦ଟି ସିଟ୍ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ।

ବିହାରରେ ୭ଟି ଚରଣରେ ନିର୍ବାଚନ ହେବାକୁ ଅଛି । ୧୯ ଏପ୍ରିଲ ସହିତ ୨୬ ଏପ୍ରିଲ, ମେ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ବିହାରରେ ଭୋଟ୍ ପଡିବାକୁ ଅଛି । ପ୍ରଥମ ଚରଣରେ ୪ଟି ସିଟ୍, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ଚରଣରେ ୫ଟି ଲେଖାଏଁ ସିଟରେ ଭୋଟ୍ ପଡିିବ । ଏହାପରେ ଷଷ୍ଠ ଓ ସପ୍ତମ ଚରଣରେ ୮ଟି ଲେଖାଏଁ ସିଟରେ ଭୋଟ୍ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ