Masthead

ସଂଘର୍ଷ କରି ହାରିଲା ଅଷ୍ଟ୍ରେଲିଆ, ଚତୁର୍ଥ ଟି-୨୦ରେ ବିଜୟ ସହ ସିରିଜ୍‌ ଜିତିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂଘର୍ଷ କରି ହାରିଲା ଅଷ୍ଟ୍ରେଲିଆ। ଜିତିଲା ଭାରତ। ବିଶ୍ୱକପ୍ ପରାଜୟର ବଦଲା ନେଇଛି ଟିମ୍ ଇଣ୍ଡିଆ। ୬ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ । ବେଙ୍ଗାଲୁରରେ ଖେଳାଯାଇଥିବା ଅନ୍ତିମ ଟି-୨୦କୁ ୬ ରନରେ ଜିତିନେଇଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ କରିଥିଲା ୧୬୦ ରନ୍ । ଜବାବରେ କଙ୍ଗାରୁ ଦଳ ୮ ୱିକେଟ୍ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଛି । ବୋଲିଂରେ ଭାରତ ପକ୍ଷରୁ ମୁକେଶ କୁମାର ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ସଫଳତା ପାଇଥିଲେ ।

ବ୍ୟାଟିଂରେ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ମାରିଥିବା ବେଳେ ଅକ୍ଷର ପଟେଲ ଓ ଜିତେଶ ଶର୍ମା ଉପଯୋଗୀ ଇନିଂସ୍ ଖେଳିଥିଲେ । ଆୟର ମାତ୍ର ୩୭ ବଲ୍ରେ କରିଥିଲେ ୫୩ ରନ୍ । ଅକ୍ଷର ୩୧ ରନ୍, ଜିତେଶ ଶର୍ମା ୨୪ ରନ୍ ଏବଂ ଯଶସ୍ୱୀ ଜୈସୱାଲ ୨୧ ରନ୍ କରିଥିଲେ । ୧୬୧ ରନ୍ର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ପକ୍ଷରୁ ବେନ୍ ମ୍ୟାକଡରମଟ୍ ସର୍ବାଧିକ ୫୪ ରନ୍ କରିଥିବା ବେଳେ ଟ୍ରାଭିସ୍ ହେଡ୍ ୨୮ ରନ୍ ଏବଂ ଅଧିନାୟକ ମାଥ୍ୟୁ ୱେଡ୍ ୨୨ ରନ୍ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା