Masthead

ସୂଚନା ଅଧିକାରକର୍ମୀଙ୍କ ଉପରେ ବୋମା ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ସୂଚନା ଅଧିକାରକର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ଜେନାପୁର ଥାନା  ଡ଼ଙ୍କାରୀ ଅଞ୍ଚଳର ରବି ଦାସ ବୋଲି ଜଣା ପଡ଼ିଛି । ପୋଲିସ ତାକୁ ଆଠଗଡ଼ ଅଞ୍ଚଳରୁ ଗିରଫ କରିଛି । ଏହି ବୋମାମାଡ ଘଟଣାରେ ସେ ମାଷ୍ଟର ମାଇଣ୍ଡ ଥିଲା । ଏନେଇ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାରେ ପୂର୍ବରୁ ୪ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଗତ ୨୭ତାରିଖ ରାତିରେ ଧର୍ମଶାଳା ଥାନା ଇମାମନଗର ଗାଁରେ ଘଟିଥିଲା ଏହି ଘଟଣା। ସର୍ବେଶ୍ୱରଙ୍କ ସମେତ ଅନ୍ୟ ୨ ସହଯୋଗୀ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

ସୂଚନା ଥାଉକି, ଗତ ମାସ ୨୭ ତାରିଖ ସଂଧ୍ୟାରେ ଶ୍ରୀ ବେହୁରା ନିଜ କାରରେ ଫେରୁଥିବା ବେଳେ ଧର୍ମଶାଳା ଥାନା ଅନ୍ତର୍ଗତ ଇମାମନଗର ନିକଟରେ ପଥର ମାଫିଆମାନେ ଯୋଜନାବଦ୍ଧ ଭାବେ ବୋମାମାଡ଼ କରି ହତ୍ୟା ଉଦ୍ୟମ କରଥିଲେ। ଶ୍ରୀ ବେହୁରା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସହଯୋଗୀ ଆହତ ହୋଇଥିଲେ। ବିଭିନ୍ନ ଦୁର୍ନୀତି ଓ ଲଘୁ ଖଣିଜ ସମ୍ପଦ ଲୁଟ୍ ପ୍ରତିବାଦରେ ଶ୍ରୀ ବେହୁରା ଜନସ୍ବାର୍ଥ ମାମଲା ସହିତ ଲୋକାୟୁକ୍ତରେ ଏକାଧିକ ମାମଲା କରିବା ଫଳରେ ପଥର ମାଫିଆ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା