Masthead

ପୂଜା ଦେଖିବାକୁ ଆସୁଛନ୍ତି କି …ହୋଇଯାଆନ୍ତୁ ସାବଧାନ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାଆଙ୍କୁ ଦେଖିବାକୁ ରାଜଧାନୀରେ ଲାଗିଛି ନାହିଁ ନଥିବା ଭିଡ଼ । ଭିଡ଼ରେ କିନ୍ତୁ ଲୁଟେରାଙ୍କ ଚାଲିଛି ଲୁଟପାଟ । ଯଦି ପୂଜା ବୁଲିବା ପାଇଁ ଆସୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ନହେଲେ ଆପଣ ବି ହୋଇପାରନ୍ତି ଲୁଟେରାଙ୍କ ଶିକାର । ଗତକାଲି ବମିଖାଲ ମଣ୍ଡପରେ ମହିଳାଙ୍କ ବେକରୁ ଚେନ୍ ଲୁଟ ଘଟଣାରେ ୮ରୁ ଅଧିକ ସନ୍ଦିଗ୍ଧ ଅଟକ ରଖିଛି ପୋଲିସ । ଲୁଟ ଉଦ୍ୟମ ବେଳେ ଏମାନଙ୍କୁ କାବୁ କରିଛି ପୋଲିସ ।

ଅଟକ ଯୁବକ ବିହାରର ହୋଇଥିବା ଜଣାପଡିଛି । ଲୁଟ୍ ବେଳେ ସିସିଟିଭି ଦେଖି ବମିଖାଲ ପୂଜା ମଣ୍ଡପ କର୍ମକର୍ତ୍ତା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ୮ ଅଭିଯୁକ୍ତଙ୍କୁ ଥାନାକୁ ନେଇଛି । ସେମାନଙ୍କ ନାଁରେ ଆଉ କେଉଁଠି ମାମଲା ରହିଛି, ସେ ନେଇ ଖୋଳତାଡ଼ ଜାରି ରହିଛି । ବମିଖାଲ ପୂଜା ମଣ୍ଡପ ନିକଟରୁ ୪ ଜଣ ମହିଳାଙ୍କ ବେକରୁ ୧୦ ଭରି ଲେଖାଏଁର ୪ଟି ସୁନା ଚେନ୍ ଲୁଟିଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ। ରବିବାର ସକାଳ ପ୍ରାୟ ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ବମିଖାଲ ପୂଜା ମଣ୍ଡପ ପାଖରେ ସୁନା ଚେନ୍ ଲୁଟର ଶିକାର ହୋଇଥିଲେ ୪ ଜଣ ମହିଳା । ମାତ୍ର ୧୫ ମିନିଟରେ ଚୋରି କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ