୯ ୱିକେଟରେ ହାରିଲା ବିଶ୍ୱ ଚାମ୍ପିୟନ ଇଂଲଣ୍ଡ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଇସିସି ଦିନିକିଆ ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ଜିତିଲା ନ୍ୟୁଜିଲାଣ୍ଡ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡକୁ ୯ ୱିକେଟରେ ହରାଇଛି କିୱି ଦଳ । ବିଜେତା ଇଂଲଣ୍ଡକୁ ୮୨ ବଲ୍‌ ବାକି ଥାଇ ୯ ୱିକେଟ୍‌ରେ ନ୍ୟୁଜିଲାଣ୍ଡ ପରାସ୍ତ କରି ଦମ୍‌ଦାର ଢଙ୍ଗରେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୨୮୩ ରନ୍‌ର ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦ୍ବିତୀୟ ଓଭରରେ ୱିଲି ୟଙ୍ଗ୍‌ (୦) ଙ୍କୁ ହରାଇଥିଲା।

କିନ୍ତୁ ଡେଭନ୍‌ କନୱେ ଓ ରାଚିନ୍‌ ରବୀନ୍ଦ୍ରଙ୍କ ମଧ୍ୟରେ ଅବିଭାଜିତ ୨୭୩(୨୧୧) ରନ୍‌ର ଭାଗୀଦାରି ଦଳକୁ ୩୬.୨ ଓଭରରେ ଜିତାଇଥିଲା। କନୱେ (୧୨୧ ବଲ୍‌ରୁ ୧୫୨ ରନ୍‌, ୧୯ ଚୌକା, ୩ ଛକା) ପଞ୍ଚମ ଶତକ ଅର୍ଜନ କରିବାସହିତ ନିଜର ୧୩ତମ ଦିନିକିଆ ଖେଳୁଥିବା ଯୁବ ଭାରତୀୟ ବଂଶୋଦ୍ଭବ ରାଚିନ୍‌ (୯୬ ବଲ୍‌ରୁ ୧୨୩ ରନ୍, ୧୧ ଚୌକା, ୫ ଛକା) ପ୍ରଥମ ଶତକ ଅର୍ଜନ କରି ଦଳକୁ ଏକପାଖିଆ ବିଜୟୀ କରାଇଥିଲେ। ରାଚୀନ ମଧ୍ୟ ୮୨ ବଲ୍‌ରୁ ଶତକ ପୂର୍ଣ୍ଣ କରି ନ୍ୟୁଜିଲାଣ୍ଡ୍‌ ପାଇଁ ବିଶ୍ବକପ୍‌ କୀର୍ତ୍ତିମାନ କରିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିପରି ରବୀନ୍ଦ୍ର ୯୬ ବଲରେ ୧୧ ଚୌକା ଓ ୫ ଛକା ମାରି ୧୨୩ ରନର ଇନିଂସ୍ ଖେଳିଛନ୍ତି ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୭୭ ରନ୍ କରିଥିଲେ । ଅଧିନାୟକ ଜୋସ ବଟଲର ୪୩ ରନ୍, ହ୍ୟାରୀ ବ୍ରୁକ୍ସ ୨୫ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୨୦ ରନ୍ କରିଥିଲେ । ନ୍ୟୁଜିଲ୍ୟାଣ୍ଡର ମ୍ୟାଟ୍ ହେନରୀ ୩ଟି ୱିକେଟ୍ ନେଇଥିବା ବେଳେ ମିଚେଲ ସାଂଟନର୍ ଏବଂ ଗ୍ଲେନ୍ ଫିଲିପ୍ସ ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ରବୀନ୍ଦ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଶୁକ୍ରବାର ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡକୁ ଭେଟିବ ପାକିସ୍ତାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି