Masthead

ବଡ଼ଦାଣ୍ଡରେ ଜଳିବନି କାଉଁରିଆ କାଠି

ପୁରୀ (ବଡ଼ ଖବର ବ୍ୟୁରୋ ): ବଡଦାଣ୍ଡରେ ଶୁଭୁନାହିଁ ବଡବଡ଼ିଆ ଡାକ । ପିତୃପୁରୁଷ ପରମ୍ପରାକୁ ଶକ୍ତ ଆଘାତ । ଜଳିବନି କାଉଁରିଆ କାଠି । ଜଗା ଦର୍ଶନ ବନ୍ଦ । ପୟା ଶ୍ରାଦ୍ଧକୁ ମଧ୍ୟ ନା । ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ସିଂହଦ୍ୱାର ଓ ଏହାର ଚତୁଃପାଶ୍ୱର୍ରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି ।

ଏହି କଟକଣା ଆଜି ପ୍ରାତଃ ୪ ଘଟିକା ସମୟରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ । କାଉଁରିଆ କାଠି ଜାଳିବାବେଳେ ପ୍ରବଳ ଜନ ସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ଓ କୋଭିଡ କଟକଣା ଉଲ୍ଲଙ୍ଘନ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି । ଏ ସଂକ୍ରାନ୍ତରେ ଉପ ଜିଲ୍ଲାପାଳ ଭବତାରଣ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସାଧାରଣ ଦର୍ଶନ ବନ୍ଦ ନିମନ୍ତେ ଶ୍ରୀମନ୍ଦିର ବନ୍ଦ ଅଛି । ଉକ୍ତ ସମୟ ମଧ୍ୟରେ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶାନୁମତି ରହିବ । ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା