ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ନିର୍ଯାତନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀର ଛାତି ଉପରେ ଦିଆଯାଉଛି ଯୌନ ନିର୍ଯାତନା । ସିକ୍ରେଟ ଚ୍ୟାମ୍ବରରେ ପରସି ଦିଆଯାଉଛି ସୁନ୍ଦରୀ ଝିଅ ଓ ଭିନ୍ନକ୍ଷମ ଯୁବତୀଙ୍କୁ । ଯାହା ସାଙ୍ଗରେ ଇଛା ତାହା ସାଙ୍ଗରେ ଶୋଉଥିଲେ । ଅନିଛା ପ୍ରକାଶକଲେ ଦେଉଥିଲେ ନିର୍ଯାତନା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରୁ । ସଂସ୍ଥାରେ ଭିନ୍ନକ୍ଷମ ଯୁବକ ଯୁବତୀମାନଙ୍କୁ କମ୍ପ୍ୟୁଟର, ସିଲେଇ ଏବଂ ବିୟୁଟି ପାର୍ଲର ପାଇଁ ତାଲିମ ଦିଆଯାଉଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପଟି କାର୍ଯ୍ୟ କରୁଥିଲା । ଯୁବତୀଙ୍କ ଅଭିଯୋଗ ଅନୁସାରେ ଏଠାରେ ବାହାରୁ ଯୁବତୀମାନଙ୍କୁ ଅଣାଯାଇ ଅଫିସରମାନଙ୍କୁ ଖୁସି କରାଯାଉଥିଲା । ଯଦି କେହି ମିଳୁନଥିଲେ ତେବେ ଟ୍ରେନିଂ ନେଉଥିବା ଭିନ୍ନକ୍ଷମ ଯୁବତୀ ନହେଲେ ଅଫିସରେ କାମ କରୁଥିବା ଯୁବତୀଙ୍କୁ ରାତି କାଟିବାକୁ ବାଧ୍ୟ କରାଯାଉଥିଲା । ଏହାର ଏକ ଭିଡିଓ ଭାଇରାଲ୍ ହୋଇଛି । ଏନେଇ ଏୟାରଫିଲ୍ଡ ଥାନାରେ ମାମଲା ରୁଜୁ ହେବାପରେ ସଂସ୍ଥାର ମୁଖ୍ୟ ଫେରାର ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’