Before Header

‘ମୋ ଘର’ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ

0 64

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ସୋମବାର ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୮ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ‘ମୋ ଘର’ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସରକାର ସହାୟତା ଯୋଗାଇ ଦେବେ। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନାହାନ୍ତି, ସେମାନଙ୍କୁ ରାଜ୍ୟ ସରକାର ‘ମୋ ଘର’ ଯୋଜନାରେ ଘର ଯୋଗାଇଦେବେ। କଠୋର ଚୟନ ମାନଦଣ୍ଡ ଦ୍ବାରା ବାଦ୍ ପଡିଥିବା ହିତାଧିକାରୀ ଉପକୃତ ହେବେ । ସ୍ବଳ୍ପ ଗୃହ ମଂଜୁର ଲକ୍ଷ୍ୟଧାର୍ଯ୍ୟ ଯୋଗୁଁ ବଞ୍ଚିତ ହିତାଧିକାରୀ ମଧ୍ୟ ଉପକୃତ ହେବେ । ସ୍ବଳ୍ପ ଗୃହ ନିର୍ମାଣ ସହାୟତା ରାଶି ପାଇଥିବା ହିତାଧିକାରୀ ବି ଉପକୃତ ହେବେ । ଘର ତିଆରି ପାଇଁ ହିତାଧିକାରୀଙ୍କୁ ଋଣରେ ସବସିଡି ଦିଆଯିବ । ହିତାଧିକାରୀଙ୍କୁ ଘର ତିଆରି ପାଇଁ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ । ପ୍ରଥମ ବର୍ଷକୁ ବାଦ୍ ଦେଇ ବାକି ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରାଯିବ । କଚ୍ଚା ଘର ଥିଲେ କିମ୍ବା ଗୋଟିଏ ବଖରା ଛାତ ଘର ଥିଲେ ପାଇବେ ଋଣ । ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ଥିଲେ ପାଇବେ ଋଣ । ୫ ଏକର ଜଳସେଚିତ, ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଥିଲେ ମିଳିବ ଋଣ ।

କେଉଁ ମାନେ ଯୋଗ୍ୟ ବିବେଚିତ

• ଯଦି ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରି ଥି ବା କଂକ୍ରିଟ ଛାତ ଘରେ ବସବାସ କରୁଥିିବେ
• ଯଦି ପରିବାର ପୂର୍ବରୁ ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇ ନଥିଁବେ ଅଥବା ୭୦ ହଜାର ଟଙ୍କାରୁ କମ ପରିମାଣର ସହାୟତା ରାଶି ପାଇଥି ବେ ।
• ଯଦି ପରିବାରର ମାସିକ ଆୟ ୨୫, ୦୦୦ ଟଙ୍କାରୁ କମ୍ ଥିିବ ।
• ଯଦି ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟରଚାଳିତ ଚାରି – ଚକିଆ ଯାନ ନଥି ବ ।
• ଯଦି ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିଦବେ ।
• ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବା ପରିବାର ।
• ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ଋଣର ପରିମାଣ ଅନୁଯାୟୀ ସବସିଡି ରାଶି ପ୍ରଦାନ କରିବେ ଏବଂ ସମାଜର ଅପେକ୍ଷାକୃତ ଦୁର୍ବଳ ବର୍ଗଗୁଡିକ ଯଥା ଅନୁସୂଚିତ ଜାତି/ଜନ ଜାତି ଏବଂ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ପାଇଁ ଅତିରିକ୍ତ ସବସିଡି ରାଶି ପ୍ରଦାନ କରିବେ ।

• ହିତାଧ୍ୟାକାରୀଙ୍କ ଋଣ ଖାତାକୁ ଦିଆଯାଉଥିକବା ଏହି ସବସିଡିସେମାନଙ୍କର ଋଣ ପରିଶୋଧ ବାବଦ ମାସିକ କିଛି ଇଏମଆଇରେ ଉଲ୍ଲେଖନୀୟ ହ୍ରାସ ଘଟାଇବ ଏବଂ ଋଣ ପରିଶୋଧକୁ ଅଧିକ ସୁଗମ କରିପାରିବ ।
• ବ୍ୟାଙ୍କ ପକ୍ଷରୁ ହିତାଧିକାରୀଙ୍କଠାରୁ ଋଣ ମଞ୍ଜୁର ପାଇଁ କୌଣସି ପ୍ରକ୍ରିୟାକରଣ ଦେୟ ଆଦାୟ କରାଯିବ ନାହିଁ ।
• ହିତାଧିକାରୀଙ୍କ ଆର୍ଥିକ ବୋଝକୁ ଆହୁରି ହ୍ରାସ କରିବାକୁ ଯାଇ, ରାଜ୍ୟସରକାର ବନ୍ଧକ ସମୟରେ ଆବଶ୍ୟକ ପଞ୍ଜିକରଣ ଶୁକ୍ଳ ଏବଂ ଷ୍ଟାମ୍ପ ଡ୍ୟୁଟି ଛାଡ୍ କରିଛନ୍ତି। ସେହିପରି ଋଣ ନିମନ୍ତେ ସବ୍ – ରେଜିଷ୍ଟ୍ରାର କାର୍ୟ୍ୟାଳୟରୁ ଆବଶ୍ୟକୀୟ ଦସ୍ତାବିଜର ପ୍ରମାଣୀକୃତ ନକଲ, ଇ.ସି. ଇତ୍ୟାଦି ପାଇବା ପାଇଁ ଆବଶ୍ୟକ ଦେୟକୁ ମଧ୍ୟ ସରକାର ଛାଡ କରିଛନ୍ତି ।
• ଋଣ ଆବେଦନ ନିମନ୍ତେ ଆଇନ ପରାମର୍ଶଦାତାଙ୍କ ଦେୟ ବାବଦକୁ ସର୍ବାଧିକ ୧ ହଜାର ଟଙ୍କା ରାଜ୍ୟ ସରକାର ବହନ କରିବେ ।
• ଏହି ଯୋଜନାରେ ପୂର୍ବରୁ ପାଇ ନଥିବବା ଯୋଗ୍ୟ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ, ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ଇତ୍ୟାଦି ଅନ୍ୟ ଯୋଜନାରେ ମଧ୍ୟ ସାମିଲ କରାଯିବ ।

କିପରି କରିବେ ଆବେଦନ
• ଏହି ଯୋଜନାରେ ଆବେଦନ ଗ୍ରହଣ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ୱେବସାଇଟ  https://rhodisha.gov.in/moghara/କାର୍ଯ୍ୟକ୍ଷମ କରାଯାଉଛି । ଏହି ୱେବସାଇଟ ମାଧ୍ୟମରେ ଋଣ ଆବେଦନ ତଦାରଖ ଏବଂ ପରିଚାଳନା କରାଯାଇ ପାରିବ ।
• ଋଣ ପାଇବା ପାଇଁ ଇଛୁକ ବ୍ୟକ୍ତିଙ୍କୁ ଆବେଦନ କରିବା ପୂର୍ବରୁ ଏହି ୱେବସାଇଟ୍ ରେ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ ଯାହା ଓଟିପି ମାଧ୍ୟମରେ ବୈଧ ହୋଇଥାଏ ।
• ଆସନ୍ତା ଜୁନ ମାସ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ ।
• ଆବେଦନକାରୀ ନିଜେ କିମ୍ବା “ମୋ ସେବା କେନ୍ଦ୍ର ” ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରି ପାରିବେ ।
• ଆବେଦନପତ୍ର ଦାଖଲ ସମୟରେ ଆବେଦନକାରୀଙ୍କୁ ପାସପୋର୍ଟ ଆକାରର ଫଟୋ,ଆଧାର କାର୍ଡ, କେୱାଇସି ଡକ୍ୟୁମେଣ୍ଟ୍( ଭୋଟର ଆଇଡି, ପାନ୍ କାର୍ଡ, ଜବ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ), ଜମି ରେକର୍ଡ ଜାତି ପ୍ରମାଣପତ୍ର , ଭିନ୍ନକ୍ଷମ ପ୍ରମାଣପତ୍ର ,ଆୟ ପ୍ରମାଣପତ୍ର ଇତ୍ୟାଦି କାଗଜାତ ସଂଲଗ୍ନ କରିବାକୁ ହେବ ।
• ଆବେଦନକାରୀ ରଣ ପରିମାଣର ଅନ୍ତତଃ ୧୦% ଅର୍ଥ ରାଶି ମାର୍ଜନ ଅର୍ଥ ହିସାବରେ ବିନିଯୋଗ କରିବେ । ଏହି ସର୍ବନିମ୍ନ ଅର୍ଥ କୁ ଆବେଦନକାରୀ ଶ୍ରମଦାନ, ଗୃହ ନିର୍ମାଣ ସାମଗ୍ରୀ କ୍ରୟ କିମ୍ବା ଅର୍ଥ ଆକାରରେ ବିନିଯୋଗ କରିପାରିବେ ।
• ଗୃହ ନିର୍ମାଣ କରାଯାଉଥିବା ଜମିର ସତ୍ତ୍ବ ସଠିକ ଥାଇ ସ୍ଥିତିବାନ ବର୍ଗର ଓ ଘରବାରୀ କିସମର ହୋଇଥିବା ଆବଶ୍ୟକ । ଏହି ଜମିକୁ ଆବେଦନକାରୀଙ୍କୁ ସବ୍ ରେଜିଷ୍ଟ୍ରାର କାର୍ୟ୍ୟାଳୟରେ ଋଣ ପରିଶୋଧ ପର୍ୟ୍ୟନ୍ତ ବନ୍ଧକ ସୂତ୍ରରେ ପଞ୍ଜିକରଣ କରିବାକୁ ହୁଏ ।
• ଗୃହ ନିର୍ମାଣ ସ୍ତର ଅନୁସାରେ ରଣ ରାଶି ୨/୩ ପର୍ଯ୍ୟ।ୟରେ ପ୍ରଦାନ କରାଯାଇଥାଏ ।
• ହିତାଧିକାରୀ ଇଚ୍ଛାକଲେ ୧୦ ବର୍ଷ ପୂର୍ବରୁ ମଧ୍ୟ ଋଣ ପରିଶୋଧ କରିପାରିବେ ଓ ମାସିକ କିସ୍ତି ରାଶିର ପରିମାଣ ବୃଦ୍ଧି କରି ପାରିବେ । ବ୍ୟାଙ୍କ ହିତାଧିକାରୀଙ୍କ ଠାରୁ ପ୍ରାକ ଋଣ ପରିଶୋଧ ବାବଦ କୌଣସି ଜୋରିମାନା ଅର୍ଥ ଆଦାୟ କରିପାରିବେ ନାହିଁ ।

Leave A Reply

Your email address will not be published.