Before Header

ସହିଦ ପ୍ରସନ୍ନଙ୍କ ପାଇଁ ଗର୍ବିତ ପାରିଶିଖର

0 32

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ସହିଦ ପ୍ରସନଙ୍କ ପାଇଁ ଗର୍ବିତ ପାରିଶିଖର ଓ ଜଗତସିଂହପୁର ଜିଲ୍ଲା । ଆଜି ବି ମନେ ପଡେ ସେଦିନର ୪୦ ଯବାନଙ୍କ ବଳିଦାନର କଥା । ୨୦୧୯ ଫେବୃଆରୀ ୧୪ ଯେଉଁ ଦିନକୁ ଭୁଲିନି ସମଗ୍ର ଭାରତ । ସେହି କଥା ମନେ ପଡିଲେ ଦେହରେ ଖେଳି ଯାଏ ଶିହରଣ ଓ ଆଖିରେ ଆସିଯାଏ ଲୁହ । ପୁଲୱାମାରେ ପ୍ରାଣ ହରାଇଥିବା ୪୦ ବୀର ଯବାନକୁ ମନେପକାଉଛି ଦେଶ । ଯାହାଙ୍କ ମଧ୍ୟରେ ଜଣେ ଥିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗ୍ରାମର ସହିଦ ପ୍ରସନ୍ନ ସାହୁ । ଯାହାଙ୍କ ବଳିଦାନରେ ଗର୍ବିତ ହୋଇଥିଲା ନାଉଗାଁ ମାଟି । ତାଙ୍କର ଏହି ବଳିଦାକୁ ବିତିଗଲାଣି ୪ବର୍ଷ ସତ କିନ୍ତୁ ଆଜିବି ଝୁରୁଛି ବୀର ଯବାନଙ୍କ ଗାଁ ପାରିଶିଖର । ଦେଶ ପାଇଁ ତାଙ୍କର ଏହି ବଳିଦାନକୁ ନେଇ ଗର୍ବ କରୁଛନ୍ତି ପରିବାର ଲୋକେ । ଆଜି ତାଙ୍କର ଏହି ସ୍ମୃତିକୁ ମନେ ରଖିବା ପାଇଁ ଗ୍ରାମବାସୀ ଓ ପରିବାରଙ୍କ ପକ୍ଷରୁ ମିଳିତ ଉଦ୍ୟମରେ ବିଭିନ୍ନ କାର୍ୟ୍ୟ କରାଯାଇଛି । କାକଟପୁର ଗ୍ରାମୀଣ ଚାରିଟେବୁଲୁ ଟ୍ରଷ୍ଟ ପକ୍ଷରୁ ଅମର ସହିଦ ପ୍ରସନ ସାହୁ ଓ ମନୋଜ କୁମାର ବେହରାଙ୍କ ସ୍ମୃତିରେ ଏକ ବିଶାଳ ତୀରଙ୍ଗା ଶୋଭାଯାତ୍ରା କରାଯାଇଥିଲା ।

Leave A Reply

Your email address will not be published.