Masthead

ସହିଦ ପ୍ରସନ୍ନଙ୍କ ପାଇଁ ଗର୍ବିତ ପାରିଶିଖର

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ସହିଦ ପ୍ରସନଙ୍କ ପାଇଁ ଗର୍ବିତ ପାରିଶିଖର ଓ ଜଗତସିଂହପୁର ଜିଲ୍ଲା । ଆଜି ବି ମନେ ପଡେ ସେଦିନର ୪୦ ଯବାନଙ୍କ ବଳିଦାନର କଥା । ୨୦୧୯ ଫେବୃଆରୀ ୧୪ ଯେଉଁ ଦିନକୁ ଭୁଲିନି ସମଗ୍ର ଭାରତ । ସେହି କଥା ମନେ ପଡିଲେ ଦେହରେ ଖେଳି ଯାଏ ଶିହରଣ ଓ ଆଖିରେ ଆସିଯାଏ ଲୁହ । ପୁଲୱାମାରେ ପ୍ରାଣ ହରାଇଥିବା ୪୦ ବୀର ଯବାନକୁ ମନେପକାଉଛି ଦେଶ । ଯାହାଙ୍କ ମଧ୍ୟରେ ଜଣେ ଥିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗ୍ରାମର ସହିଦ ପ୍ରସନ୍ନ ସାହୁ । ଯାହାଙ୍କ ବଳିଦାନରେ ଗର୍ବିତ ହୋଇଥିଲା ନାଉଗାଁ ମାଟି । ତାଙ୍କର ଏହି ବଳିଦାକୁ ବିତିଗଲାଣି ୪ବର୍ଷ ସତ କିନ୍ତୁ ଆଜିବି ଝୁରୁଛି ବୀର ଯବାନଙ୍କ ଗାଁ ପାରିଶିଖର । ଦେଶ ପାଇଁ ତାଙ୍କର ଏହି ବଳିଦାନକୁ ନେଇ ଗର୍ବ କରୁଛନ୍ତି ପରିବାର ଲୋକେ । ଆଜି ତାଙ୍କର ଏହି ସ୍ମୃତିକୁ ମନେ ରଖିବା ପାଇଁ ଗ୍ରାମବାସୀ ଓ ପରିବାରଙ୍କ ପକ୍ଷରୁ ମିଳିତ ଉଦ୍ୟମରେ ବିଭିନ୍ନ କାର୍ୟ୍ୟ କରାଯାଇଛି । କାକଟପୁର ଗ୍ରାମୀଣ ଚାରିଟେବୁଲୁ ଟ୍ରଷ୍ଟ ପକ୍ଷରୁ ଅମର ସହିଦ ପ୍ରସନ ସାହୁ ଓ ମନୋଜ କୁମାର ବେହରାଙ୍କ ସ୍ମୃତିରେ ଏକ ବିଶାଳ ତୀରଙ୍ଗା ଶୋଭାଯାତ୍ରା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା