Masthead

ଲିଭ-ଇନ-ରିଲେସନସିପରେ ରହୁଥିବା ମହିଳାଙ୍କୁ ମିଳିବନି ସଂରକ୍ଷଣ ସୁବିଧା: ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ(ବଡ଼ ଖବର ବ୍ୟୁରୋ): ଲିଭ୍-ଇନ୍ ରିଲେସନସିପରେ ରହୁଥିବା ବିବାହିତା ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଲିଭ୍-ଇନ୍ ରିଲେସନସିପରେ ଯେଉଁ ମହିଳାମାନେ ରହୁଛନ୍ତି ସେମାନଙ୍କୁ ସଂରକ୍ଷଣ ଦେବାକୁ ସିଧାସଳଖ ମନା କରିଛନ୍ତି କୋର୍ଟ । କେବଳ ଏତିକି ନୁହେଁ ଏନେଇ ଯାଚିକା ଆବେଦନ କରିଥିବା ଆବେଦକଙ୍କୁ ୫ହଜାର ଟଙ୍କା ଜରିମାନା ଲଗାଇଛନ୍ତି କୋର୍ଟ । ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ, ପୂର୍ବରୁ ବିବାହିତା ମହିଳା ଲିଭ୍-ଇନ୍ ରିଲେସନସିପରେ ରହୁଥିଲେ ସେମାନେ ହିନ୍ଦୁ ବିବାହ ଅଧିନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଛନ୍ତି। ଏଭଳି ଲୋକଙ୍କୁ କଣ ସଂରକ୍ଷଣ ଦେବା ଉଚିତ୍ ? କୋର୍ଟ ପୁଣି କହିଛନ୍ତି ଯେ, ଅନୁଚ୍ଛେଦ ୨୧ରେ ସମସ୍ତ ନାଗରିକଙ୍କୁ ବଞ୍ଚିବାର ସ୍ଵାଧିନତା ଅଛି, ହେଲେ ଏହି ସ୍ଵାଧିନତା ଆଇନ ଭିତରେ ରହିବା ଉଚିତ୍। ତାହେଲେ ଯାଇ ସଂରକ୍ଷଣ ମିଳିବ।

ସୂଚନାନୁଯାୟୀ, ଅଲିଗଢର ଗୀତା ନାମକ ଜଣେ ମହିଳା ଏହି ଯାଚିକା ଦାଖଲ କରିଥିଲେ। ସେ ତାଙ୍କ ପତି ଏବଂ ଶ୍ଵଶୁର ଘର ଠାରୁ ବର୍ତ୍ତିବା ପାଇଁ ସଂରକ୍ଷଣ ଦାବି କରିଥିଲେ। ତେବେ ଗୀତା ତାଙ୍କ ନିଜ ଇଚ୍ଛାରେ ତାଙ୍କ ସ୍ଵାମୀଙ୍କୁ ଛାଡି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଲିଭ୍-ଇନ୍ ରିଲେସନରେ ରହୁଥିଲେ। ଗୀତାଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ତାଙ୍କର ସ୍ଵାମୀ ଓ ତାଙ୍କ ଶାଶୁଘର ଲୋକ ହସ୍ତକ୍ଷେପ କରୁଥିଲେ ବୋଲି ଗୀତା ଅଭିଯୋଗ ଆଣିଥିଲେ। ତେବେ ଗୀତାଙ୍କ ଏହି ଯାଚିକାରେ ହାଇକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ପୂର୍ବରୁ ପଞ୍ଜାବ-ହରିୟାଣା ହାଇକୋର୍ଟ ଲିଭ୍-ଇନ୍ ରିଲେସନସିପରେ ରହୁଥିବା ଏକ ଦମ୍ପତିଙ୍କୁ ସଂରକ୍ଷଣ ଦେବାକୁ ମନା କରିଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ