Masthead

୨୪ରେ ହେବ ନନ୍ଦିଗ୍ରାମ ଶୁଣାଣି

କୋଲକାତା(ବଡ଼ ଖବର ବ୍ୟୁରୋ): ୨୦୨୧ରେ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ହାର ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ଯାହାର ଶୁଣାଣି ଆସନ୍ତା ୨୪ ତାରିଖରେ ହେବାକୁ ଯାଉଛି । ତେବେ ଆଜି ଏହି ମାମଲାର ଶୁଣାଣି ହେବାର ଥିଲା କିନ୍ତୁ ଏହା ଏକ ହାଇପ୍ରେଫାଇଲ ମାମଲା ହୋଇଥିବାରୁ ଏହାକୁ ଗୁରୁବାର ଦିନକୁ ରଖାଯାଇଛି । ‘ରିପ୍ରେଜେନ୍‌ଟେସନ୍‌ ଅଫ୍ ପିପୁଲ୍‌ସ୍‌ ଆକ୍ଟ୍‌’ ଅନୁଯାୟୀ ଏହି ପିଟିସନ୍ ଫାଇଲ୍‌ ହୋଇଛି କି, ନାହିଁ, ଏହି ସମୟ ମଧ୍ୟରେ ରେଜିଷ୍ଟ୍ରାର୍‌ ଅଦାଲତଙ୍କୁ ରିପୋର୍ଟ କରନ୍ତୁ। ଆଜି କାଲ୍‌କାଟା ହାଇକୋର୍ଟର ବିଚାରପତି ଚନ୍ଦାଙ୍କ ନିକଟକୁ ପଶିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପିଟିସନ୍ ଶୁଣାଣି ପାଇଁ ଯାଇଥିଲା।

କିନ୍ତୁ, ଏହି ମାମଲାର ଶୁଣାଣି ଆସନ୍ତା ସପ୍ତାହକୁ ଘୁଞ୍ଚାଇ ଦିଆଯାଉ ବୋଲି ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ଓକିଲ ସୌମେନ୍ଦ୍ରନାଥ ମୁଖାର୍ଜୀ ଅନୁରୋଧ କରିଥିଲେ। ଅଦାଲତ ତାଙ୍କ ଅନୁରୋଧ ରକ୍ଷା କରିବା ସହ ଆଗାମୀ ଗୁରୁବାର ଦିନ ଶୁଣାଣି ନିମନ୍ତେ ମାମଲାଟିକୁ ତାଲିକାଭୁକ୍ତ କରିଥିଲେ। ସ୍ମରଣଯୋଗ୍ୟ, କ୍ରମାଗତ ତୃତୀୟ ଥର ପାଇଁ ‘ତୃଣମୂଳ କଂଗ୍ରେସ’ କ୍ଷମତାକୁ ଆସିଥିଲେ ସୁଦ୍ଧା ପ୍ରତିଦ୍ବନ୍ଦ୍ବୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ବାନାର୍ଜୀ ମାତ୍ର ୧,୯୫୬ ଖଣ୍ଡ ‌ଭୋଟ୍‌ରେ ପରାସ୍ତ ହୋଇଥିଲେ। ତିନି ଦଶନ୍ଧି ମଧ୍ୟରେ ଏହା ହେଉଛି ମମତା ବାନାର୍ଜୀଙ୍କର ପ୍ରଥମ ନିର୍ବାଚନୀୟ ପରାଜୟ। ଅଦାଲତରେ ଆବେଦନ କରିବେ ବୋଲି ମେ ୩ ତାରିଖ ଦିନ ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ମମତା ବାନାର୍ଜୀ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ