Masthead

ସ୍କୁଲ ଫି ଭରିବା ପାଇଁ ବସ୍ ଆଗକୁ ଡ଼େଇଁଲା ମାଆ

ତାମିଲନାଡ଼ୁ  (ବଡ଼ ଖବର ବ୍ୟୁରୋ): ସେ ମାଆ । ମମତାମୟୀ, କରୁଣମୟୀ , ଦୟାଳୁ ସ୍ନେହର ପ୍ରତୀକ । ମାଆ ମମତାର କୌଣସି ସୀମା ନାହିଁ । ମାଆ ତା ଛୁଆ ପାଇଁ ହୋଇପାରେ ଦେବୀ ତ ବିପଦରୁ ଉଦ୍ଧାରିବା ପାଇଁ ସାଜିପାରେ ଦୁର୍ଗା । ହେଲେ ସେହି ମାଆ ନିଜ ଛୁଆ ପାଇଁ କିଛି ବି କରିପାରେ । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ତାମିଲନାଡ଼ୁରୁ । ଏ ଦୃଶ୍ୟ ଦେଖିଲା ପରେ ଆଖିରେ ଲୁହ ରହିବ ନାହିଁ । ଘଟଣା ଥିଲା କିଛି ଏମିତି । ଦୁର୍ଘଟଣାରେ ମଲେ କ୍ଷତିପୂରଣ ମିଳିବ । ଏମିତି କିଏ ଜଣେ କହିଥିଲା ।

ତେଣୁ ପୁଅର ସ୍କୁଲ ଫିସ୍‌ ଭରିବାକୁ ବସ୍ ଆଗକୁ ଡେଇଁପଡିଛନ୍ତି ଜଣେ ମହିଳା । ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି । କଥାରେ ଅଛି, ମା’ର ମମତା ଆଗରେ କୌଣସି ଶକ୍ତି କାମ କରେନି । ଛୁଆର ଖୁସି ପାଇଁ ସେ ସବୁ କିଛି କରିପାରେ । ଏମିତିକି ନିଜ ଜୀବନ ଦବାକୁ ବି ପଛାଏ ନାହିଁ । ସେଥିପାଇଁ ବୋଧେ ପୁଅ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି ମହିଳା ଜଣଙ୍କ । ତାମିଲନାଡୁର ସେଲମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫେଇ କର୍ମଚାରୀର ଭାବେ କରୁଥିଲେ ଏହି ମହିଳା । ବୟସ ପାଖାପାଖି ୪୫ ହେବ । ନିଜ ପୁଅର କଲେଜ ଫିସ ଭରି ପାରୁନଥିଲେ ।

ତେଣୁ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ସରକାର ସହାୟତା ରାଶି ମିଳେ ବୋଲି କେଉଁଠୁ ଶୁଣିଥିଲେ । ନିଜ ପିଲାର ପଢା ବନ୍ଦ ନ ହେବା ପାଇଁ ମା’ ଜଣଙ୍କ ବସ୍ ଆଗକୁ ଡେଇଁ ପଡ଼ିଥିଲେ । ଏହି ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ମହିଳା ଜଣକ ବସ୍‌ ଆଗକୁ ଡେଇଁପଡିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣକ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ୧୫ ବର୍ଷ ହେଲା ପୁଅକୁ ଧରି ଏକୁଟିଆ ରହୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ