Masthead

ଚର୍ଚ୍ଚାରେ ମହେଶ ବାବୁଙ୍କ ଆଗାମୀ ଫିଲ୍ମ ‘ଗୁଣ୍ଟୁର କରିମ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହେଶ ବାବୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗୁଣ୍ଟୁର କରିମ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପୂର୍ବ ସାଉଥ୍ ଫିଲ୍ମ ‘ସର୍କାରୁ ଭାରୀ ପାତା’ର ସଫଳତା ପରେ ନିର୍ଦ୍ଦେଶକ ତ୍ରିବିକ୍ରମଙ୍କ ନିର୍ଦ୍ଦେଶିତ ପରବର୍ତ୍ତୀ ଚଳଚ୍ଚିତ୍ର ‘ଗୁଣ୍ଟୁର କରିମ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ମହେଶ ବାବୁ ଏହି ଫିଲ୍ମ ପାଇଁ ୭୮ କୋଟି ଟଙ୍କା ନେଇଛନ୍ତି। ମହେଶ ତାଙ୍କ କ୍ୟାରିୟରରେ ନୂତନ ଉଚ୍ଚତାରେ ପହଞ୍ଚିଛନ୍ତି ଏବଂ ସର୍ବାଧିକ କମାଉଥିବା ଷ୍ଟାର୍ ତାଲିକାରେ ଯୋଗ ଦେଇଛନ୍ତି। ମହେଶ ବାବୁଙ୍କ ଫିଲ୍ମର ବଜେଟ୍ ବର୍ତ୍ତମାନ ୨୦୦ କୋଟି ଟଙ୍କା ବୋଲି କୁହାଯାଉଛି। ‘ଗୁଣ୍ଟୁର କରମ’ରେ ମୀନାକ୍ଷୀ ଚୌଧରୀ ଏବଂ ଶ୍ରୀଲେଲା ମହେଶ ବାବୁଙ୍କ ସହ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଚଳଚ୍ଚିତ୍ର ପୂର୍ବରୁ ପୂଜା ହେଗଡେଙ୍କୁ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିବାର ଥିଲା। ତେବେ ସେ ଏହି ଫିଲ୍ମରୁ ବାଦ୍ ପଡିଥିଲେ ଏବଂ ମୀନାକ୍ଷୀ ଚୌଧରୀ ଏହି ପ୍ରକଳ୍ପ ପାଇଁ ବଚ୍ଛା ହୋଇଥିଲେ। ସ୍କ୍ରିପ୍ଟରେ ବାରମ୍ବାର ପରିବର୍ତ୍ତନ ଏବଂ ଶୁଟିଂ ଟାଇମଲାଇନ ଯୋଗୁଁ ପୂଜା ‘ଗୁଣ୍ଟୁର କରମ’ ଛାଡିଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା