Masthead

ବିରୋଧୀଙ୍କୁ କଣ୍ଠରୋଧ କରିବାକୁ କେନ୍ଦ୍ର ଚେଷ୍ଟା କରୁଛି: ସଞ୍ଜୟ ରାଉତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କେନ୍ଦ୍ରସରକାରଙ୍କୁ ଟାର୍ଗେଟ କଲେ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ନେତା ସଞ୍ଜୟ ରାଉତ । ସେ କହିଛନ୍ତି ଯେ କେନ୍ଦ୍ର ଏହାର ଏଜେନ୍ସି ମାଧ୍ୟମରେ ବିରୋଧୀଙ୍କ ସ୍ବରକୁ ଦମନ କରିବାକୁ ଚେଷ୍ଟା କରୁଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀ ସମ୍ପର୍କରେ ରାଉତ କହିଛନ୍ତି ଯେ ଦେଶର ଅବସ୍ଥା ଏଭଳି ହୋଇଛି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ବିରୋଧୀଙ୍କୁ ନୀରବ କରିବାକୁ ଚେଷ୍ଟା ଚାଲିଛି।

ରାଉତ କହିଛନ୍ତି ଯେ ସିସୋଦିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦର୍ଶାଉଛି ଯେ ବିରୋଧୀଙ୍କୁ କଣ୍ଠରୋଧ କରିବାକୁ କେନ୍ଦ୍ର ଚେଷ୍ଟା କରୁଛି। ଆମେ ସିସୋଦିଆଙ୍କ ସହିତ ଛିଡା ହୋଇଛୁ। ମହାରାଷ୍ଟ୍ର, ଝାଡଖଣ୍ଡ କିମ୍ବା ଦିଲ୍ଲୀ ହେଉ, କେନ୍ଦ୍ର ବିରୋଧୀଦଳର ନେତାମାନଙ୍କୁ ଜେଲକୁ ପଠାଇବା ଏବଂ ସେମାନଙ୍କୁ ସେମାନଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିବା ପାଇଁ ଇଡି ଏବଂ ସିବିଆଇର ଅପବ୍ୟବହାର କରୁଛି।

ସିସୋଦିଆ, ନବାବ ମଲିକ, ଅନୀଲ ଦେଶମୁଖ ହୁଅନ୍ତୁ କିମ୍ବା ମୁଁ ସମସ୍ତଙ୍କ ଉପରେ ଚଢ଼ାଉ ହୋଇଛି। କିନ୍ତୁ ଭାଜପାରେ ସଭିଏଁ ସାଧୁ-ସନ୍ଥ। ତେଣୁ ସେମାନଙ୍କ ବିରୋଧରେ କୌଣସି ଦୁର୍ନୀତି ମାମଲା ନାହିଁ। ଏହା କେନ୍ଦ୍ର ସରକାରଙ୍କୁ ରସାତଳକୁ ନେଇ ଯିବ। ଭୋଟର ଏହାର ଜବାବ ଦେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ