Before Header

ରିଲିଜ ହେଲା ଫିଲ୍ମ ‘ଫାଇଟର’ର ପ୍ରଥମ ପୋଷ୍ଟର

0 13

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୀର୍ଘ ସମୟ ଅପେକ୍ଷା ପରେ ସିନେମା ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ‘ଫାଇଟର’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏହି ଚଳଚିତ୍ରରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସହ ଅନିଲ କପୁରଙ୍କୁ ମଧ୍ୟ ପରଦାରେ ଦେଖିବାକୁ ମିଳିବ । ଫ୍ୟାନ୍ସମାନେ ସେମାନଙ୍କ ମନପସନ୍ଦ ତାରକାଙ୍କ ପ୍ରଥମ ଲୁକ ଦେଖିବା ପରେ ଖୁବ ଉତ୍ସାହିତ ଅଛନ୍ତି । ଏହି ପୋଷ୍ଟରରେ ସେମାନେ ଖୁବ ପାୱାରଫୁଲ ମଧ୍ୟ ଦେଖାଯାଉଛନ୍ତି । ଫିଲ୍ମଟି ଖୁବ ରୋମାଞ୍ଚକ ଏବଂ ଦମଦାର ହେବ ବୋଲି ଜଣାପଡୁଛି । କୁହାଯାଉଛି ଯେ ଫିଲ୍ମରେ ଭରପୁର ଆକ୍ସନ ଓ ଡ୍ରାମା ମଧ୍ୟ ରହିଛି । ରିପୋର୍ଟ ଅନୁସାରେ ଏହା ଦେଶପ୍ରେମ ଭାବନାକୁ ଖୁବ ଉତ୍ସାହିତ କରୁଛି । ଏହାର ବିଶେଷ କଥା ହେଉଛି ପୋଷ୍ଟରରେ ‘ବନେ୍ଦ ମାତରମ’ର ଏକ ନୂତନ ରୂପ ରହିଛି, ଯାହା ପ୍ରତ୍ୟକ ଭାରତୀୟଙ୍କ ହୃଦୟକୁ ସ୍ପର୍ଶ କରିବ ।

Leave A Reply

Your email address will not be published.