Masthead

ମାମୁଁ ଘର ଗାଁରେ ଭଣଜାର ଉନ୍ମତ୍ତକାଣ୍ଡ, ଟାଙ୍ଗିଆ ଧରି ଗ୍ରାମବାସୀଙ୍କୁ କଲେ ଆକ୍ରମଣ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ମାମୁଁ ଘରକୁ ବୁଲି ଆସିଥିବା ଭଣଜାର ଉନ୍ମତ୍ତକାଣ୍ଡ । ଗାଁ ଦାଣ୍ଡରେ ଟାଙ୍ଗିଆ ଧରି ଯାହାକୁ ପାଇଲା ତାକୁ ମାରିବାକୁ ଗୋଡାଇଲା । ଯୁବକର ଟାଙ୍ଗିଆ ଚୋଟରେ ଦୁଇ ଜଣ ଗ୍ରାମବାସୀ ଆହତ ହୋଇଥିବା ବେଳେ ଯୁବକକୁ କାବୁ କରିବାକୁ ଯାଇଥିବା ଚାନ୍ଦବାଲି ପୋଲିସ ମଧ୍ୟ ଆହତ ହୋଇଛନ୍ତି । ଯୁବକ ଜଣଙ୍କ ହେଲେ ବାସୁଦେବପୁର ଅଂଚଳର ଭୀମସେନ ନାୟକ । ଭୀମସେନ ପୋଲିସକୁ ଛାଡ଼ି ନଥିଲା ।

ପୋଲିସ ଗାଡିକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଖାଲି ସେତିକି ନୁହେଁ ଆହତ ହୋଇଥିବା ଲୋକଙ୍କୁ ମେଡିକାଲ ନେବାକୁ ଆସିଥିବା ଆମ୍ବୁଲାନ୍ସର କାଚ ଭାଙ୍ଗିବା ସହିତ ଆମ୍ବୁଲାନ୍ସ କର୍ମଚାରୀମାନଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲା । ଯୁବକକୁ କାବୁ କରିବା ପାଇଁ ଚାନ୍ଦବାଲି ପୋଲିସକୁ ନାକେଦମ ହେବାକୁ ପଡିଥିଲା ବହୁ କଷ୍ଟରେ ପୋଲିସ ଉକ୍ତ ଯୁବକକୁ କାବୁ କରି ଚାନ୍ଦବାଲି ଥାନାକୁ ଆଣିଥିଲା। ଭୀମସେନ ଜଣେ ମାନସିକଗ୍ରସ୍ତ ବୋଲି ଜଣାପଡିଛି । ସେ ମାମୁଁ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା ପଳାସପୁର ଗାଁ ଆସିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ