Masthead

ତାଲିବାନୀ ବର୍ବରତା, ୧୩ ଜଣଙ୍କୁ ଗୁଳି କରି ହତ୍ୟା

କାବୁଲ (ବଡ଼ ଖବର ବ୍ୟୁରୋ): ବଢିବାରେ ଲାଗିଛି ତାଲିବାନୀଙ୍କ ବର୍ବରତା । ଆଫଗାନ ଅତିଆର କରିବା ପରେ ବର୍ବରତାର ସବୁ ସୀମା ପାର କରିଛି ତାଲିବାନ । ଏକ ବିବାହ ଉତ୍ସବରେ ଗୀତ ବନ୍ଦ କରିବା ପାଇଁ ତାଲିବାନ ଆତଙ୍କବାଦୀମାନେ ୧୩ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ପରେ ସମସଗ୍ର ଅଞ୍ଚଳରେ ଲୋକେ ଭୟରେ ଅଛନ୍ତି ।

ସୂଚନା ଅନୁସାରେ ନାଙ୍ଗରହର ପ୍ରଦେଶର କିଛି ଲୋକେମାନେ ତାଲିବାନର କେତେକ କଟକଣାକୁ ଖାତିର ନକରି ଲୋକେ ଏକ ବିବାହ ଉତ୍ସବରେ ସମେବତ ହୋଇଥିବା ଏବଂ ପାରମ୍ପାରିକ ସଙ୍ଗୀତ ଗାନ କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପୂର୍ବତନ ଉପରାଷ୍ଟ୍ରପତି ଅମରଗୁଲ୍ଲା ସଲେହ କହିଛନ୍ତି । ଏହି ଗଣହତ୍ୟା ପାଇଁ ତାଲିବାନ ସହ ପାକିସ୍ତାନକୁ ମଧ୍ୟ ଦାୟୀ କରିଛନ୍ତି ।

ସେ କହିଛନ୍ତି ୨୫ ବର୍ଷ ଧରି ପାକିସ୍ତାନ ସେମାନଙ୍କୁ ଆଫଗାନ ସଂସ୍କୃତି ଧ୍ୱଂସ କରିଦେବା ପାଇଁ ତାଲିମ ଦେଇଛି । ତାଲିବାନର ଏହି ବର୍ବରତା ବିରୋଧରେ ବିଶ୍ୱ ସମୁଦାୟ ମଧ୍ୟ ସ୍ୱର ଉଠାଇବା ଜରୁରୀ ବୋଲି ସଲେହ କହିବା ସହ ଜାତିସଙ୍ଘର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା