Masthead

ବିଜେଡି ଛାଡି ବିଜେପିରେ ମିଶିବାରୁ ନିସ୍ତୁକ ମାଡ଼

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଖୁଣ୍ଟରେ ବାନ୍ଧିଲେ । ନିସ୍ତୁକ ପିଟିଲେ । ସେ ପୁଣି ଦଳ ପରିବର୍ତ୍ତନକୁ ନେଇ । ବିଜେଡି ଛାଡି ବିଜେପିରେ ମିଶିବାରୁ ନିସ୍ତୁକ ମାଡ଼ ମାରିଛନ୍ତି କିଛି ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପିରହାଟ ଥାନା ଗୋବିନ୍ଦପୁର ପଞ୍ଚାୟତ ସାଲେପୁରରେ । ବାଇଧର ମାଝୀ ନାମକ ଜଣେ ବ୍ୟକ୍ତି ବିଜେଡି ଦଳ ଛାଡି ବିଜେପିରେ ମିଶିଥିବା ନେଇ କିଛିଦିନ ହେଲା ନାନାଦି ହଇରାଣ ହରକତ କରି ଆସୁଥିବାବେଳେ ଗାଁର ଏକ ଅଷ୍ଟମ ପ୍ରହରୀ ମଣ୍ଡପ ଖୁଣ୍ଟରେ ବାନ୍ଧି ନିର୍ଧୁମ୍ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଘଟଣା ଜଣାପଡିବା ପରେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଯେତେବେଳେ ପ୍ରତିବାଦ କରନ୍ତି ତାଙ୍କୁ ମଧ୍ୟ ଗାଁର ମହିଳାମାନେ ମାଡ ମାରିବା ସହ ପିନ୍ଧିଥିବା ବସ୍ତ୍ରକୁ ଚିରି ଦେଇଥିବା ଅଭିଯୋଗ ହୋଇଛି । ସ୍ୱାମୀ ସ୍ତ୍ରୀଙ୍କ ମାଡ ମରାଯିବା ଘଟଣାର ଏକାଧିକ ଗ୍ରାମବାସୀ ମୁକ ସାକ୍ଷୀ ଥିଲେ । ପରେ ପୋଲିସ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଶୁକ୍ରବାର ସକାଳେ ବାଇଧର ବାହାର ଗାଁକୁ କାମ କରିବାକୁ ଯାଉଥିବା ବେଳେ ପ୍ରାୟ ୧୮ ଜଣ ବ୍ୟକ୍ତି ମିଳିତ ଭାବେ ତାଙ୍କୁ ଅଟକାଇ ମାରଧର କରିବା ସହିତ ଅଷ୍ଟମ ପ୍ରହରୀ ମଣ୍ଡପ ଖୁଣ୍ଟରେ ବାନ୍ଧି ଦେଇଥିଲେ । ତାଙ୍କ ଝିଅ ଏହା ଦେଖି ଘରେ ଖବର ଦେଇଥିଲା ।

କିଛି ସମୟ ମଧ୍ୟରେ ତାଙ୍କ ସ୍ତ୍ରୀ ଆସି ପ୍ରତିବାଦ କରିବାରୁ ତାଙ୍କ ସାମନାରେ ବାଇଧରଙ୍କୁ ପୁଣି ମାଡ ମରାଯିବା ସହିତ ତାଙ୍କୁ କେତେକ ମହିଳା ମାଡ ମାରିଥିବା ଅଭିଯୋଗ କରିଛନ୍ତି । ତେବେ ସ୍ୱାମୀ ସ୍ତ୍ରୀଙ୍କୁ ଅମାନୁଷିକଭାବେ ମାଡମରା ଯାଉଥିବା ଘଟଣାର ଦୁଇ ଜଣ ସାକ୍ଷୀ କାଳନ୍ଦି ବାରିକ ଓ ଧୁଃଶାସନ ବଳଙ୍କ ନାମ ଝରଣା ମାଝୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ପୋଲିସ ତଦନ୍ତ କରି ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ