Masthead

ବିଜେଡି ଛାଡି ବିଜେପିରେ ମିଶିବାରୁ ନିସ୍ତୁକ ମାଡ଼

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଖୁଣ୍ଟରେ ବାନ୍ଧିଲେ । ନିସ୍ତୁକ ପିଟିଲେ । ସେ ପୁଣି ଦଳ ପରିବର୍ତ୍ତନକୁ ନେଇ । ବିଜେଡି ଛାଡି ବିଜେପିରେ ମିଶିବାରୁ ନିସ୍ତୁକ ମାଡ଼ ମାରିଛନ୍ତି କିଛି ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପିରହାଟ ଥାନା ଗୋବିନ୍ଦପୁର ପଞ୍ଚାୟତ ସାଲେପୁରରେ । ବାଇଧର ମାଝୀ ନାମକ ଜଣେ ବ୍ୟକ୍ତି ବିଜେଡି ଦଳ ଛାଡି ବିଜେପିରେ ମିଶିଥିବା ନେଇ କିଛିଦିନ ହେଲା ନାନାଦି ହଇରାଣ ହରକତ କରି ଆସୁଥିବାବେଳେ ଗାଁର ଏକ ଅଷ୍ଟମ ପ୍ରହରୀ ମଣ୍ଡପ ଖୁଣ୍ଟରେ ବାନ୍ଧି ନିର୍ଧୁମ୍ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଘଟଣା ଜଣାପଡିବା ପରେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଯେତେବେଳେ ପ୍ରତିବାଦ କରନ୍ତି ତାଙ୍କୁ ମଧ୍ୟ ଗାଁର ମହିଳାମାନେ ମାଡ ମାରିବା ସହ ପିନ୍ଧିଥିବା ବସ୍ତ୍ରକୁ ଚିରି ଦେଇଥିବା ଅଭିଯୋଗ ହୋଇଛି । ସ୍ୱାମୀ ସ୍ତ୍ରୀଙ୍କ ମାଡ ମରାଯିବା ଘଟଣାର ଏକାଧିକ ଗ୍ରାମବାସୀ ମୁକ ସାକ୍ଷୀ ଥିଲେ । ପରେ ପୋଲିସ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଶୁକ୍ରବାର ସକାଳେ ବାଇଧର ବାହାର ଗାଁକୁ କାମ କରିବାକୁ ଯାଉଥିବା ବେଳେ ପ୍ରାୟ ୧୮ ଜଣ ବ୍ୟକ୍ତି ମିଳିତ ଭାବେ ତାଙ୍କୁ ଅଟକାଇ ମାରଧର କରିବା ସହିତ ଅଷ୍ଟମ ପ୍ରହରୀ ମଣ୍ଡପ ଖୁଣ୍ଟରେ ବାନ୍ଧି ଦେଇଥିଲେ । ତାଙ୍କ ଝିଅ ଏହା ଦେଖି ଘରେ ଖବର ଦେଇଥିଲା ।

କିଛି ସମୟ ମଧ୍ୟରେ ତାଙ୍କ ସ୍ତ୍ରୀ ଆସି ପ୍ରତିବାଦ କରିବାରୁ ତାଙ୍କ ସାମନାରେ ବାଇଧରଙ୍କୁ ପୁଣି ମାଡ ମରାଯିବା ସହିତ ତାଙ୍କୁ କେତେକ ମହିଳା ମାଡ ମାରିଥିବା ଅଭିଯୋଗ କରିଛନ୍ତି । ତେବେ ସ୍ୱାମୀ ସ୍ତ୍ରୀଙ୍କୁ ଅମାନୁଷିକଭାବେ ମାଡମରା ଯାଉଥିବା ଘଟଣାର ଦୁଇ ଜଣ ସାକ୍ଷୀ କାଳନ୍ଦି ବାରିକ ଓ ଧୁଃଶାସନ ବଳଙ୍କ ନାମ ଝରଣା ମାଝୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ପୋଲିସ ତଦନ୍ତ କରି ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା