ଟିକେଟ ଦିଅ, ନହେଲେ…

ନିମାପଡ଼ା (ବଡ଼ ଖବର ବ୍ୟୁରୋ): ଟିକେଟକୁ ନେଇ ସବୁ ଦଳରେ ବିଦ୍ରୋହ । କିଏ ଦଳ ଛାଡୁଛନ୍ତି ତ କିଏ ବିଦ୍ରୋହ କରୁଛନ୍ତି । ତେବେ ସମୀର ଦାଶଙ୍କ ଟିକେଟ କଟିବା ପରେ ଜୋର ଧରିଛି ନିମାପଡ଼ା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର ଦାଶ । ଗୁପ୍ତ ବୈଠକ କରୁଛନ୍ତି ସମୀର । ୩୦ ତାରିଖ ଭିତରେ ଟିକେଟ ଦିଅ ନହେଲେ ଇସ୍ତଫା ଦେବୁ ବୋଲି ଚେତାବନୀ ଦେଇଛନ୍ତି ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ ।

ସେପଟେ ପରୋକ୍ଷରେ ସମୀର ଏହାକୁ ସମର୍ଥନ ମଧ୍ୟ କରିଛନ୍ତି । ବୈଠକରେ ଉପସ୍ଥିତ ସମୀର ଦାଶ ନିଜ ସମର୍ଥକଙ୍କୁ ନିମାପଡ଼ା ପ୍ରାର୍ଥିତ୍ୱ ନେଇ ପ୍ରଶ୍ନ ପଚାରିବା ଛଳରେ କହିଛନ୍ତି ନିଜେ ସମୀର ଦାଶ ନଚେତ, ସଂଗୀତା ଦାସ ପ୍ରାର୍ଥୀ ହେଲେ ଗ୍ରହଣୀୟ । ତେବେ ତୃତୀୟ ଲୋକ ଗ୍ରହଣୀୟ କି ବୋଲି ପ୍ରଶ୍ନରେ ସମୀରଙ୍କ ସମର୍ଥକ ଏକ ସ୍ୱରରେ ନା ବୋଲି କହୁଥିବା ଦେଖିବାକୁ ମିଳିଛି ।

ନିମାପଡାର ଏକ ଘରୋଇ ମଣ୍ଡପରେ ସମୀର ଦାଶଙ୍କ ସମେତ ନିମାପଡା ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ, ନିମାପଡା ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର, ନିମାପଡା ଓ ଗୋପର ୪୬ଟି ପଂଚାୟତର ବିଜେଡି ସଭାପତି, ନିମାପଡା ଏନଏସିର ୧୧ଟି ୱାର୍ଡର ବିଜେଡି ସଭାପତି ଓ ଦଳର ଅନ୍ୟାନ୍ୟ କାର୍ଯ୍ୟକାର୍ତ୍ତା ମାନେ ଏହି ବୈଠକରେ ଯୋଗଦେଇଥିଲେ । ନିମାପଡ଼ାରେ ବିଜେଡି ସମୀର ଦଶସଙ୍କ ଟିକେଟ କାଟି ଦିଲୀପ ନାୟକଙ୍କୁ ଟିକେଟ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ