Masthead

‘ସିଆୟା’ ଦେଲା ୪ ଶାବକ ଜନ୍ମ

ଭୋପାଳ(ବଡ଼ ଖବର ବ୍ୟୁରୋ): ଦେଶରେ ବଢ଼ିଲା ଚିତା ବାଘ ସଂଖ୍ୟା । ସିଆୟା ଦେଲା ୪ ଶାବକ ଜନ୍ମ । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଦେଶ ପାଇଁ ଆସିଛି ଖୁସି ଖବର । ନାମିବ୍ୟାରୁ ଆସିଥିବା ସିଆୟା ନାମକ ଏକ ଚିତା ବାଘୁଣୀ ଚାରି ଶାବକଙ୍କୁ ଜନ୍ମ ଦେଇଛି। ସୂଚନା ଅନୁଯାୟୀ, ମା‘ ଚିତା ଏବଂ ଚାରି ଛୋଟ ଅତିଥି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଚିତା ସଂରକ୍ଷଣ ପ୍ରକଳ୍ପରେ ଜଡିତ ଅଧିକାରୀମାନେ କହିଛନ୍ତି କୁନୋ ଜାତୀୟ ଉଦ୍ୟାନରେ ଥିବା ଚିତାମାନେ ସେମାନଙ୍କର ନୂତନ ପରିବେଶ ସହିତ ଭଲ ଭାବରେ ଖାପ ଖାଉଛନ୍ତି। ଭାରତର ବନ୍ୟଜନ୍ତୁ ଜନସଂଖ୍ୟାରେ ଚିତା ସଂଖ୍ୟାକୁ ବୃଦ୍ଧି କରାଇବା ପାଇଁ ଏହି ପାର୍କ ଏକ ଉପଯୁକ୍ତ ବାସସ୍ଥାନ ଭାବରେ ଉପଯୋଗୀ ହୋଇପାରିଛି।

ଗତବର୍ଷ ସେପ୍ଟେମ୍ବର ୧୭ରେ ଚିତା ପ୍ରୋଜେକ୍ଟ ଜରିଆରେ ୮ଟି ଚିତାଙ୍କୁ କୁନୋ ନ୍ୟାସନାଲ ପାର୍କକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ୫ଟି ମାଈ ଓ ୩ଟି ଅଣ୍ଡିରା । ପାର୍କର ପ୍ରିନିସିପାଲ ଚିଫ କଞ୍ଜରଭେଟର ଜେ.ଏସ. ଚୌହ୍ବାନ କହିଛନ୍ତି ୮ଟି ଚିତା ମଧ୍ୟରୁ ଜଣକର ମୃତ୍ୟୁ ହେବା ପରେ ରହିଥିବା ଅନ୍ୟ ୭ଟି ଚିତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଗତମାସରେ ଦ୍ବିତୀୟ ପର୍ୟ୍ୟାୟରେ ସାଉଥ ଆଫ୍ରିକାରୁ ଅଣାଯାଇଥିବା ଅନ୍ୟ ୧୨ଟି ଚିତା ଠିକଠାକ୍ ଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା